Home କେନ୍ଦୁଝର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

72

ହାଟଡ଼ିହି, ୩୧/୧/ : (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଏକାଦଶୀ ଭୋଇଙ୍କର ୮୨ବର୍ଷ ବୟସରେ ଭୁବନେଶ୍ୱରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ, ଶିଶୁବତ୍ସଳ, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଓରାଳି ଗ୍ରାମରେ ତାଙ୍କ ଉଦ୍ୟମରେ ଦୀର୍ଘବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇ ରାଜ୍ୟବାସୀଙ୍କ ଦୃଷ୍ଟିଆକର୍ଷଣ କରିପାରିଥିଲା। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ପରଲୋକ ଘଟିଥିଲା। ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି। ତାଙ୍କ ପରଲୋକରେ ସମଗ୍ର ଓରାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବଡପୁଅ ଖଗେଶ୍ୱର ମୁଖାଗ୍ନି ଦେଇଥିବାବେଳେବନ୍ଧୁପରିଜନ ଓ କିଛି ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.