Home ଜିଲ୍ଲା ପରିକ୍ରମା ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ

ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ

22

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ସମୟ। ତେଣୁ ପୌରାଞ୍ଚଳରେ ନିର୍ବାଚନ ତାତି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବିଭିନ୍ନ ୱାର୍ଡରେ ଭୋଟ୍‌ର ତାଲିକାରେ ଅନିୟମିତତା କରାଯାଇଥିବାର ଅଭିଯୋଗ ହୋଇଛି। ତେବେ ଏଥିନେଇ ଅଭିଯୋଗ ପତ୍ର ଦେବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର ଅଭାବରୁ ବହୁ ଭୋଟର ଏବେ ସେମାନଙ୍କ ନାମ ଅନ୍ୟ ୱାର୍ଡରେ ଥିବା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି। କେତେକ ଅସାଧୁ କର୍ମଚାରୀ, ରାଜନେତାଙ୍କ ପ୍ରରୋଚନାରେ ଏପରି ଏପଟ ସେପଟ କରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ୩ଟି ଯାକ ୱାର୍ଡରେ ଏପରି ହୋଇଛି। କଂଗ୍ରେସ ନେତା ତପନ ନାୟକ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ପରିବାରର ନାମ ୬ନଂ ୱାର୍ଡ ମଠସାହି ଠାରେ ଦୀର୍ଘ ବର୍ଷ ଧରି ରହି ଆସୁଥିବାବେଳେ ସେମାନଙ୍କ ନାମ ମଠସାହି ଭୋଟର ତାଲିକାରେ ଥିଲା। କିନ୍ତୁ ଏବେ ନୂତନ ଭୋଟର ତାଲିକାରେ ତାଙ୍କର ଓ ପରିବାର ସଦସ୍ୟଙ୍କ ନାମ ୬ନଂ ୱାର୍ଡରେ ନାହିଁ।

ବରଂ ସେମାନଙ୍କ ନାମ ୭ନଂ ୱାର୍ଡ ଗବସାହିରେ ଯୋଡି ଦିଆଯାଇଛି। ତେଣୁ ପୂର୍ବ ପରି ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମକୁ ୭ନଂ ପରିବର୍ତ୍ତେ ୬ ନଂ ୱାର୍ଡରେ ଅନ୍ତର୍ଭୁକ୍ତ କରିବାକୁ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି। କେବଳ ଏହି ଗୋଟିଏ ମାମଲା ନୁହେଁ; ବରଂ ବିଭିନ୍ନ ୱାର୍ଡରେ ଅନୁରୂପ ଅନିୟମିତତାର ଅଭିଯୋଗ ଆସୁଛି। ଯାହାକି ଏକ ଚକ୍ରାନ୍ତ ତଥା ଉଦ୍ଦେଶ୍ୟମୂଳକ ବୋଲି ଶ୍ରୀ ନାୟକ କହିଛନ୍ତି। ପୂର୍ବରୁ ୧୧ନଂ ୱାର୍ଡରୁ ବହୁ ଭୋଟରଙ୍କ ନାମ କଟିଥିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ୨୯ ଓ ୩୦ ନଂ ୱାର୍ଡରେ ମଧ୍ୟ ଭୋଟର ତାଲିକାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇଥିଲା। ଅପରପକ୍ଷେ ଯୋଗ, ବିଯୋଗ ତାଲିକା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏହି ସୂଚନା ଠିକ୍ ଭାବରେ ଲୋକଙ୍କ ନିକଟରେ ପହଞ୍ôଚ ପାରିନଥିଲା। ନୂଆ ଭୋଟର ତାଲିକା ଆସିବା ପରେ ଏବେ ବହୁ ଭୋଟର ଏପରି ଅନିୟମିତତା ସଂପର୍କରେ ଅବଗତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.