Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

25

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଡ଼ି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ରୂପେ ନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଆୟୋଗ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଦିବା ୧୦.୩୦ମି ରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ ଘୋଷଣା କରିବା ସହ ଫର୍ମ ପ୍ରଦାନ କରିଥିଲେ। ବି.ଜେ.ଡ଼ି ଦଳ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଧର୍ମଶାଳା ବିଧାୟକ ବଳବନ୍ତ ରାୟ ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀଙ୍କ ସମ୍ମୁଖରେ ଅଧ୍ୟକ୍ଷ ପଦ ପାଇଁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିବା ନାମ ଘୋଷଣା କରିଥିଲେ। ବନ୍ତ ର ୧୫ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଭଦ୍ରକର ୨୭ ନଂ ଜୋନ୍‌ର ସଦସ୍ୟ ମଳୟ କୁମାର ଜେନା ଶ୍ରୀଯୁକ୍ତ ଜେନାଙ୍କ ପାଇଁ ପ୍ରସ୍ତାବକ ଓ ତିହିଡ଼ିର ୭ ନଂ ଜୋନ୍‌ର ବିଦ୍ୟୁତ୍‌ଲତା ନାୟକ ସମର୍ଥକ ଭାବେ ସ୍ୱାକ୍ଷର କରିଥିଲେ। ନିର୍ବାଚନ ଅଧିକାରୀ ଦ୍ୱାରା ଯାଞ୍ଚ ପରେ ଦାଖଲ ହୋଇଥିବା ଏକମାତ୍ର ନାମାଙ୍କନ ପତ୍ର କାଏମ୍ ରହିଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। ୨୮ଟି ଯାକ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାମାନେ ବୈଠକରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ୧୪ ଜଣ ମହିଳା ସଦସ୍ୟା ଥିଲା ବେଳେ ୧୪ ଜଣ ପୁରୁଷ ସଦସ୍ୟ ଥିଲେ। ସମ୍ମିଳନୀ କକ୍ଷରେ ଭୋଟ ବାକ୍ସ, ଭୋଟଦାନ କକ୍ଷ ପ୍ରସ୍ତୁତ କରାଯାଇଥିଲେ ବି ଏକମାତ୍ର ନାମାଙ୍କନ ପତ୍ର ଦାଖଲ ଯୋଗୁଁ ଭୋଟଦାନର ଆବଶ୍ୟକ ପଡ଼ିନଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ ଘ. ପରେ ନିର୍ବର୍ର୍ାଚନ ଅଧିକାରୀ, ଶ୍ରୀଯୁକ୍ତ ଜେନା ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସେଠାରେ ପହଞ୍ôଚ ନବ ଗଠିତ ଜିଲ୍ଲା ପରିଷଦର ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସମସ୍ତ ନବ ନିର୍ବାଚିତ ସଭ୍ୟ ସଭ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ମଧ୍ୟ ପୁଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ଜେନାଙ୍କୁ ସ୍ୱାଗତ କରିଥିଲେ। ପରେ ପରେ ଶ୍ରୀଯୁକ୍ତ ଜେନା ନିଜ ପ୍ରକୋଷ୍ଠକୁ ଯାଇ ଆସନ ଗ୍ରହଣ କରିଥିଲେ। ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଅନ୍ୟ କର୍ମକର୍ତ୍ତାଗଣ ପୁଷ୍ପଗୁଚ୍ଛ ଦେଇ ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.