Home ଜିଲ୍ଲା ପରିକ୍ରମା ଭୋଜନ ବେଳେ ଟଳିପଡିଲେ ମିସ୍ତ୍ରୀ

ଭୋଜନ ବେଳେ ଟଳିପଡିଲେ ମିସ୍ତ୍ରୀ

95

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ବରିଡି ଗ୍ରାମର ପ୍ରଫୁଲ୍ଲ ଓଝା(୪୬) ଗତକାଲି ରାତିରେ ସ୍ୱାଭାବିକ ଭାବେ ଭୋଜନ ଗ୍ରହଣ କରୁଥିବା ବେଳେ ହୃଦଘାତରେ ଟଳିପଡିଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ସୂଚନା ଆଧାରରେ ଥାନାରେ ଅପମୃତ୍ୟୁ ମାମଲା ଋଜୁ ହୋଇ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି । ପ୍ରଫୁଲ୍ଲ ପେସାରେ କାଠମିସ୍ତ୍ରୀ ଥିଲେ । ଅଭାବୀ ପରିବାର ଭାବେ ପରିଚିତ ପ୍ରଫୁଲ୍ଲଙ୍କ ଦୁଇ ନାବାଳକ କନ୍ୟା ଓ ବିଧବା ପତ୍ନୀଙ୍କୁ ସହାୟତା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.