Home ଜିଲ୍ଲା ପରିକ୍ରମା ଜାତିଗତ ପ୍ରମାଣପତ୍ର ଦେଇନପାରିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ ଆଦିବାସୀ ଛାତ୍ର

ଜାତିଗତ ପ୍ରମାଣପତ୍ର ଦେଇନପାରିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ ଆଦିବାସୀ ଛାତ୍ର

69

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ଅଧିନିୟମ ୨୦୧୭ ଧାରା ୩ ଅନୁସାରେ ଭୂମି ଅଧିକାର ଆଇନ୍‌ରେ ଭୂମିହୀନ ବ୍ୟକ୍ତିମାନଙ୍କୁ ଘର ଯୋଗାଇଦେବାପାଇଁ ସରକାରଙ୍କର ନିୟମ ଥିବାବେଳେ ସେ ନିୟମ ଅନୁଯାୟୀ ଧାମନଗର ବିଜ୍ଞାପିତ ଅଂଚଳର ୩ୱାର୍ଡ଼ର ଜୟନଗର ଗ୍ରାମର ଉପେନ୍ଦ୍ର ମୁଣ୍ଡାଙ୍କୁ ଭୂମିହୀନ ଭାବେ ଭଦ୍ରକ ଜିଲ୍ଲାପାଳ ପ୍ଲଟ ନଂ ୧୫୬୮ କିସମ ପତିତ, ୨୪୦/୧୧୨ ବର୍ଗଫୁଟ ଏକ ଜାଗା ଯୋଗାଇ ଦେଇଥିଲେ । ସେହି ବଳରେ ଉପେନ୍ଦ୍ରଙ୍କ ପୁଅ ଭୋଳାଶଙ୍କର ମୁଣ୍ଡା ଚଳିତ ବର୍ଷ ମ୍ୟାଟ୍ରିକ୍ ପାସ କରିବାପରେ ଉଚ୍ଚ ଶିକ୍ଷା ପାଇଁ ବାରିକପୁର ସ୍ଥିତ ପଞ୍ଚାୟତ କଲେଜରେ +୨ କଳାରେ ନାମଲେଖାଇବାପାଇଁ ଆବେଦନ କରିଥିଲେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କର ଜାତିଗତ ପ୍ରମାଣପତ୍ର ଦେଇନପାରିବାରୁ ତାଙ୍କୁ ନାମଲେଖାରୁ ବଞ୍ଚିତ କରାଇଥିଲେ । ଘଟଣାରୁ ପ୍ରକାଶଯେ ନିଜର ଜମି ପଟ୍ଟାଦେଖାଇ ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ପାଇବାର ବ୍ୟବସ୍ଥା ରହିଛି । ଏନେଇ ସମ୍ପୃକ୍ତ ଛାତ୍ର ଭୋଳାଶଙ୍କର ମୁଣ୍ଡା ଧାମନଗର ତହସିଲରେ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିବାବେଳେ ଜିଲ୍ଲାପାଳଙ୍କ ଦ୍ୱାରା ପାଇଥିବା ପଟ୍ଟାରେ ଜାତିଗତ ଲେଖାଯାଇନଥିବାରୁ ସମ୍ପୃକ୍ତ ଆରଆଇ ଓ ତହସିଲଦାର ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେଇପାରିନଥିଲେ ।

ତେବେ ଜିଲ୍ଳାପାଳଙ୍କ ଦ୍ୱାରା ପାଇଥିବା ଘରବାଡ଼ି ପଟ୍ଟାର ଭୂମୀ ଅଧିକାର ପ୍ରମାଣପତ୍ର ବାସସ୍ଥାନ ଓ ଜାତିଗତ ପ୍ରମାଣ ନିମନ୍ତେ ଗ୍ରହଣଯୋଗ୍ୟ ହୋଇପାରିବବୋଲି ଲିଖିତ ଥିବାବେଳେ ଏହା କାଏମ୍ ନୁହେଁ ବୋଲି ରାଜସ୍ୱ ଅଧିକାରୀ ମନାକରିଦେଇଥିଲେ । ତେବେ ଜାତିଗତ ପ୍ରମାଣପତ୍ର ଦେଇନପାରିବାରୁ ଛାତ୍ର ଜଣକ ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟରେ ପାଠ ପଢିବାପାଇଁ ମନବଳାଇଥିଲେ ମଧ୍ୟ ନିଜ ପାଠପଢାରେ ଡ଼ୋରିବାନ୍ଧିଲେ । ସରକାର ହରିଜନ, ଆଦିବାସୀ ତଥା ପଛୁଆବର୍ଗ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଓ ଉଚ୍ଚ ଶିକ୍ଷାପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରୁଥିବାବେଳେ ପୁଣି ତାଙ୍କ ପ୍ରତି କଠୋର ନିୟମ ଏହା କି ପ୍ରକାର ନିୟମ ବୋଲି ଆଦିବାସୀ ଛାତ୍ର ଭୋଳାଶଙ୍କର ଆମପ୍ରତିନିଧିଙ୍କ ପାଖରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଧାମନଗର ତହସିଲର ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ପ୍ରକାଶ କରିଥିଲେ ଯେ ଜିଲ୍ଳାପାଳଙ୍କ ଦ୍ୱାରା ପାଇଥିବା ପଟ୍ଟାରେ ଜାତି ଲେଖାଯାଇନଥିବାରୁ ଆମ୍ଭେ ତହସିଲ ପକ୍ଷରୁ ଜାତିଗତ ପ୍ରମାଣପତ୍ର ଦେଇପାରୁ ନାହୁଁ । ତେବେ ଏ ସମ୍ପର୍କରେ ଆମ୍ଭେ ଜିଲ୍ଳାପାଳଙ୍କୁ ଅବଗତକରାଇବୁ ତାଙ୍କ ଠାରୁ ନିର୍ଦ୍ଦେଶ ପାଇଲାପରେ ଆମ୍ଭେ ଯାହା ବ୍ୟବସ୍ଥା କରିବୁବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ଅପରପକ୍ଷେ ସରକାରୀ ନୀତିନିୟମ କାର୍ଯ୍ୟ କରିବାପାଇଁ ସମୟ ନେଉଥିବାବେଳେ ଏପଟେ ମହାବିଦ୍ୟାଳୟ ନାମଲେଖାର ଶେଷ ତାରିଖ ମଧ୍ୟ ସରିଯାଇଛି । ତେବେ ଜିଲ୍ଳାପାଳ ଜଣେ ଗରିବ ଆଦିବାଶୀ ଛାତ୍ରପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେବାରେ ବ୍ୟବସ୍ଥା କରାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ସମ୍ପୃକ୍ତ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେବାପାଇଁ ଛାତ୍ର ଭୋଳାଶଙ୍କର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.