Home କେନ୍ଦୁଝର ଭୁଲ ଡାକ୍ତରୀ ରିପୋର୍ଟକୁ ନେଇ ଅସନ୍ତୋଷ

ଭୁଲ ଡାକ୍ତରୀ ରିପୋର୍ଟକୁ ନେଇ ଅସନ୍ତୋଷ

68

ହାଟଡିହି-୬ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ଆକ୍ରାନ୍ତ ନହୋଇ ମଧ୍ୟ ଡାକ୍ତରଖାନାରେ କରୋନା ପଜେଟିଭ ନେଇ ରିପୋର୍ଟ ଦେବା ନେଇ ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଇଶଳା ଗାଁର ତପନ କୁମାର ପ୍ରଧାନଙ୍କ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତପନଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଝିଅ ବାଲେଶ୍ୱରରେ ପଢ଼ୁଥିବାବେଳେ ଘରକୁ ଆସିଥିବାରୁ କରୋନା ଟୀକାନେଇ ଯିବାକୁ ମନ କରିଥିଲା । ଗତ ୩୧ତାରିଖ ଦିନ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ଟୀକା ନେବାପାଇଁ ଯାଇଥିଲା । ଟୀକା ନେବା ପୁର୍ବରୁ ତାଙ୍କର ଆରଟିପିସିଆର ଟେଷ୍ଟିଂ କରାଗଲା ଓ ସେ ଟୀକାନେଇ ତା ପରଦିନ ବାଲେଶ୍ୱର କଲେଜକୁ ପଳାଇଥିଲା । କିନ୍ତୁ ୨ତାରିଖ ଦିନ ତାର ରିପୋର୍ଟ ପଜେଟିଭ ଆସିଥିବା ତାଙ୍କୁ ରାଜସ୍ୱ ନିରୀକ୍ଷକ ସୁଚନା ଦେଇଥିଲେ । ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡି ଏକ ଭଡାଗାଡି କରି ବାଲେଶ୍ୱର ଯାଇ ଝିଅକୁ ନେଇଆସିଥିଲେ । ଆସିବା ବାଟରେ ସେମାନେ ବାଲେଶ୍ୱର ଡାକ୍ତରଖାନାରେ ଝିଅର ଆଣ୍ଟିଜେନ ପରୀକ୍ଷା କରିବାରୁ ତାହା ନେଗେଟିଭ ଆସିଥିଲା । ସେହିଦିନ ପୁଣି ଭଦ୍ରକ ଡାକ୍ତରଖାନାରେ ଆରଟିପିସିଆର ପରୀକ୍ଷା କରାଇଥିଲେ । ତାହାପୁଣି ନେଗେଟିଭ ଆସିଛି । ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି କରୋନା ପଜେଟିଭ ବାହାରିଲା ତାହା ଦୁିଦିନ ପରେ ପୁଣି କିପରି ନେଗେଟିଭ ହୋଇଗଲା ବୋଲି ଛାତ୍ରୀର ବାପା ତପନ ପ୍ରଧାନ ଅଭିଯୋଗ କରିଚନ୍ତି । ସେଥିପାଇଁ ସମ୍ପୁର୍ଣ୍ଣ ପରିବାରଟି ମାନସିକ ଦୁଶ୍ଚିନ୍ତାରେ ଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.