Home ଓଡ଼ିଶା କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପେନ୍‌ସନ ଟଙ୍କାରେ ନିର୍ମିତ ପିଉସା ପୁତୁରା ପୋଲ ଲୋକାର୍ପଣ

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପେନ୍‌ସନ ଟଙ୍କାରେ ନିର୍ମିତ ପିଉସା ପୁତୁରା ପୋଲ ଲୋକାର୍ପଣ

72

ହାଟଡିହି-୬ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା କାନପୁର ଗାଁରେ ନିର୍ମାଣ କରାଯାଇଥିବା ପିଉସା ପୁତୁରା ପୋଲ ଉଦଘାଟିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ ନିଜ ପେନସନ ଟଙ୍କାରେ ୨୭ଲକ୍ଷ ଟଙ୍କା ଖର୍ଚ୍ଚକରି ସାଳନ୍ଦୀ ନଦୀ ଉପରେ ନିର୍ମାଣ କରିଥିବା ପୋଲ ଓ ସଂଯୋଗୀକରଣ ରାସ୍ତାକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି ଗଙ୍ଗାଧରଙ୍କ ଏପରି ମହନୀୟ କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରିଛନ୍ତି । ଗଙ୍ଗାଧର ଜଣେ ମହାନ ବ୍ୟକ୍ତିତ୍ୱ ଓ ତାଙ୍କର ଏପରି ସମାଜସେବା ତାଙ୍କୁ ସବୁଦିନ ପାଇଁ ମନେରଖିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ ବୃନ୍ଦାବନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜେପି ନେତା ଆଲୋକ ସେଠୀ, ନମାମୀ ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୁର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ବରିଷ୍ଠନେତା ଭଗବାନ ସାହୁ, ବିଜୟ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟ ବିବେକାନନ୍ଦ ରାଉତ, ସାଳନ୍ଦୀ ପୋଲ ନିର୍ମାଣର କର୍ଣ୍ଣଧାର ଅଧ୍ୟାପକ ନବ କିଶୋର ବେହେରା ପ୍ରମୁଖ ଯୋଗଦେଇ ଗଙ୍ଗାଧରଙ୍କୁ କାନପୁରର ବାଇମୁଣ୍ଡି ବୋଲି ଅଭିହିତ କରିବା ସହିତ ତାଙ୍କର ଏପରି କାମ ଯୋଗୁଁ ଆଖ ପାଖ ୪ଟି ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ମହତ ସମାଜସେବା ପାଇଁ ତାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରନ୍ତୁ ବୋଲି ସେମାନେ ଦାବି ଜଣାଇଥିଲେ । ସେହିପରି କାନପୁର ଗାଁର ଉତ୍ତର ପଟେ ବହିଯାଇଥବବା ସାଳନ୍ଦୀ ନଦୀ ପ୍ରବାହିତ ହେଉଥିବାବେଳେ ଅତଡା ଖସିବା ଓ ଭୂସ୍ଖଳନ ହେଉଥିବା ଯୋଗୁଁ ଗାଁର ଅନେକ ପରିବାର କ୍ଷତିଗ୍ରସ୍ଥ ହେଉଛନ୍ତି । ସେମାନଙ୍କ ଘରଦ୍ୱାର ଭାଙ୍ଗିରୁଜି ଯାଇଥିବାବେଳେ ଦିନକୁ ଦିନ ଏହା ବିପଦ ସୃଷ୍ଟି କରୁଛି । ତେଣୁ ନଦୀର ଉତ୍ତରପଟେ ଏକ ପଥର ବନ୍ଧ ନିର୍ମାଣ କରିବା ସହିତ ଆଉ ଏକ ପୋଲ ନିର୍ମାଣ କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞ୍ୟାନ ରଞ୍ଜନ ସାମନ୍ତ ସିଂହାର ମଞ୍ଚ ସଂଯୋଜନା କରିଥିଲେ । ବିଗତ ୧୦ବର୍ଷ ମଧ୍ୟରେ ହାଟଡିହି ବ୍ଲକକୁ କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ଏହା ପ୍ରଥମଗ୍ରସ୍ଥ ହୋଇଥିବାରୁ ବିଜେପି କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । କର୍ମୀମାନେ ଆନନ୍ଦପୁର ନିକଟରୁ ମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଫକିରପୁର, ତରତରା, ବଞ୍ଚୋ, ଛେନାପଦି, ହାଟଡିହି, ମରୈଗାଁ, ଜମ୍ଭୀରା, ସଢ଼ା, ବିଦ୍ୟାଧରପୁର, ସୋସୋ ଆଦି ଗାଁ ଦେଇ କାନପୁର ଗାଁ ନିକଟକୁ ପାଛୋଟି ନେଇଥିଲେ । ଏଥିରେ ପୁର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଯଜ୍ଞପ୍ରସାଦ, ମଧୁସୁଦନ ରାଉତ, ହରମୋହନ ଶାସିନି, ସୁଶାନ୍ତ ଜେନା, ଟୁକୁନା ମହାନ୍ତ, ଯୁଦ୍ଧିଷ୍ଠିର ମଲ୍ଲିକ, ଅଧର ବେହେରା, ଆଲୋକ ଦାଶ, ମିନତୀ ମହାପାତ୍ର, ଦିପ୍ତୀମୟୀ ଖୁଣ୍ଟିଆ, ଜିଲ୍ଲା ସମ୍ପାଦକ ଦୀପକ ଜେନା, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, କୈଳାଶ ସାମଲ, ଆନନ୍ଦପୁର ନଗର ସଭାପତି ପ୍ରଶାନ୍ତ ମହାପାତ୍ର, ପ୍ରଫୁଲ ନାୟକ, ମଣିଚରଣ ଦାଶ, ଟୁଲୁ ସେନଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.