Home ଓଡ଼ିଶା ଭୁବନେଶ୍ୱର ଜିଲ୍ଳା ବ୍ଲକ କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ

ଭୁବନେଶ୍ୱର ଜିଲ୍ଳା ବ୍ଲକ କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ

29

ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) – ନରେନ୍ଦ୍ର ମୋଦି ସରକାରର ଆକ୍ରୋଶମୂଳକ ରାଜନୀତି ତଥା ମିଛ ଇଡି କେସ ଦ୍ୱାରା କଂଗ୍ରେସ ଦଳ ତଥା ଅଖିଳ ଭାରତ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଦୀଙ୍କୁ ଲୋକ ଚକ୍ଷୁରେ ନିନ୍ଦିତ କରିବାପାଇଁ ଯେଉଁ ଷଡ଼ଯନ୍ତ୍ର ଚଳାଇଛନ୍ତି ତାହା ବିରୋଧରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବ୍ଲକର ବ୍ଲକ ସଭାପତିମାନଙ୍କ ଦ୍ୱାରା ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ କରାଯାଇଥିଲା। ଜିଲ୍ଲାର ସମସ୍ତ ୯ଟି ବ୍ଲକର ସଭାପତି ଯଥା ମନୋରଞ୍ଜନ ଜେନା, ଅଶୋକ କୁମାର ଦାସ, ବ୍ରହ୍ମାନନ୍ଦ ସାହୁ, ଅନୁୱାର ଖାନ, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, ମିହିର ରଞ୍ଜନ ଆଚାର୍ଯ୍ୟ, ମନୋରଞ୍ଜନ ବଟୁ, ଲୁଲୁ ଏହମ୍ମଦ ଏବଂ ଜିଲ୍ଲାର ରାଜ୍ୟସ୍ତରୀୟ ନେତୃବନ୍ଦ ତଥା ବ୍ଲକ କଂଗ୍ରେସର ନେତୃବୃନ୍ଦ ଏବଂ ବହୁ କଂଗ୍ରେସ କର୍ମୀ ନିଜ ନିଜ ବ୍ଲକରେ ଥିବା କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ନେତା, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ମୋହନ ଜେନା, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ବୈଜୟନ୍ତିରାଣୀ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଆଲୋକ ମହାନ୍ତି, ଶ୍ରୀୟା ମହାନ୍ତି, ପ୍ରଭାତ ପ୍ରତାପ ସିଂ, ମଂଟୁ ମଲ୍ଲିକ, ଆଶିଷ ମଲ୍ଲିକ, ଶଙ୍କର ଭୋଇ, ଅକ୍ଷୟ ଦାସ, ମିନତି ସାହୁ, ଦେବୀ ପ୍ରସାଦ ବାହାଲିଆ, ମଧୁସ୍ମିତା ଆଚାର୍ଯ୍ୟ, ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.