Home Top News ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ : ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ : ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

32

ନବରଙ୍ଗପୁର ୨୨-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ସାଙ୍ଘାତିକ ଦୃଶ୍ୟ। ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ। କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ ଦୁଇ ଆର୍ଟସ ଦୂତୀୟ ବର୍ଷର ଖାତାର ମୂଲ୍ୟାୟନ ଚାଲିଛି। ପିଲାଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ। ନବରଙ୍ଗପୁର ମହାବିଦ୍ୟାଳୟରେ ଆଜି ଯୁକ୍ତ ଦୁଇ ଦୂତୀୟ ବର୍ଷ ଛାତ୍ର, ଛାତ୍ରୀଙ୍କ ଫାଇନାଲ ପରୀକ୍ଷାର ଏମ.ଆଇ.ଏଲ ଓଡ଼ିଆ ଖାତା ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକମାନେ ମୋବାଇଲର ଫ୍ଲାସ ଲାଇଟ ମାରି ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ୩ଟି ମହାବିଦ୍ୟାଳର ୫୧୫ ଜଣ ଛାତ୍ରଛାତ୍ରୀମାନେ ସେମାନଙ୍କ ଅନର୍ସ ପରୀକ୍ଷା ଅନ୍ଧାରରେ ଲେଖିଲେ। ଏହିଭଳି ୩ ଘଣ୍ଟାର ପରୀକ୍ଷାରୁ ପ୍ରାୟ ଦୁଇ ଘଣ୍ଟା ଅନ୍ଧାରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ। ଏହିଭଳି ଅବ୍ୟବସ୍ଥା ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି।

ଅନ୍ଧାର ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଛି। ତୁରନ୍ତ ଏହାର ସମାଧାନ ନହେଲେ ଆଗକୁ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.