Home ଓଡ଼ିଶା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଟିପିସିଓଡିଏଲ୍‌ର ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଟିପିସିଓଡିଏଲ୍‌ର ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ

22

ଭୁବନେଶ୍ୱର ୭.୧୦ (ଓଡ଼ିଆ ପୁଅ)- ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆହ୍ୱାନରେ ଟିପିସିଓଡିଏଲ୍‌ର ବିରୋଧରେ ଗଣ ଆନ୍ଦୋଳନ ଆଜି ସ୍ଥାନୀୟ ଫୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କରାଯାଇଥିଲା। କଂଗ୍ରେସ ତରଫରୁ ଜନହିତକର ଦାବିଗୁଡ଼ିକୁ ନେଇ ଏହି ଗଣଆନ୍ଦୋଳନ କରାଯାଇଥିଲା। କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟରେ ଦେଢ଼ ବର୍ଷ ଆଦାୟ ହୋଇନଥିବା ବିଦ୍ୟୁତ ବିଲ୍‌କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର ଜିଲ୍ଲାର ତିନିନମ୍ବର ଜୋନର ସଭାପତି ବ୍ରହ୍ମାନନ୍ଦ ସାହୁ ଓ ଦୁଇ ନମ୍ବର ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ଆଜି ଏ ଧାରଣା କାର୍ଯ୍ୟକମ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ଆତ୍ମାରାମ ପତି ପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ ଟାଟା କମ୍ପାନୀ ଆଉ ବିଜୁଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି। ତାକୁ ଆଉ ବରଦାସ୍ତ କରାଯିବନି। ଟାଟା କମ୍ପାନୀ ବିରୋଧରେ ଗଳି କନ୍ଦିରେ ଆନ୍ଦୋଳନ କରାଯିବା ସହ ଟାଟା କମ୍ପାନୀର ମନୋମୁଖି କାର୍ଯ୍ୟକ୍ରମ ବିରୋଧରେ ସମସ୍ତ କଂଗ୍ରେସ କର୍ମୀ ଲଢ଼େଇ କରିବେ ଏବଂ ଟାଟା କମ୍ପାନୀ ପୁରୁଣା ମିଟର ଥିବାରୁ ତାଙ୍କ ନୂଆ ମିଟର ବସେଇବାର ଆବଶ୍ୟକତା କୁ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ମହାପାତ୍ର, ଶ୍ରୀଧର ବଳିଆର ସିଂ, ମିହିର ଆଚାର୍ଯ୍ୟ, ସମରେନ୍ଦ୍ର ହାତୀ ପ୍ରମୁଖ ଯୋଗଦେଇ ବିଜୁଜନତା ଦଳ ନବୀନ ସରକାରଙ୍କ ପ୍ରତି କଟୁ ସମାଲୋଚନା କରି ଏତାଦୃଶ କାର୍ଯ୍ୟ ପାଇଁ ତୀବ୍ର ନିନ୍ଦା କରିବା ସହ ଏହା ୫୦୦ କୋଟି ଟଙ୍କାର ଦୂର୍ନୀତି ବୋଲି କହିଥିଲେ। ସସର୍ବଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଟିପିସିଓଡିଏଲ ମୁଖ୍ୟଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.