Home ଓଡ଼ିଶା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସଭ୍ୟ ମନୋନୀତ

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସଭ୍ୟ ମନୋନୀତ

28

ଭୁବନେଶ୍ୱର ୭/୧୦ (ଓଡ଼ିଆ ପୁଅ) ଓଡିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସଭ୍ୟ ଭାବେ ମନୋନୀତ ହୋଇଛନ୍ତି।

ଏହି ସମ୍ମାଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସଂପ୍ରତିି ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ଓ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଥିବା ଶ୍ରୀ ମହାନ୍ତି ଦୀର୍ଘ ଦିନ ଧରି ଓଡିଶା ସାମ୍ବାଦିକତା ଜଗତରେ କାର୍ଯ୍ୟ କରିଆସୁଛନ୍ତି।

ଜଣେ ଆଗଧାଡିର ରାଜନୈତିକ ସମୀକ୍ଷକ ଭାବେ ବେଶ୍ ପରିଚିତ ଶ୍ରୀ ମହାନ୍ତି ଆଗାମୀ ତିନି ବର୍ଷ ପାଇଁ ପିସିଆଇ ସଭ୍ୟଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି।

ଗତ କାଲି ଭାରତୀୟ ପ୍ରେସ୍ କାଉନସିଲ୍ ତରଫରୁ ଶ୍ରୀ ମହାନ୍ତିଙ୍କ ମନୋନୟନ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗଣମାଧ୍ୟମ ସୁରକ୍ଷା ଓ ସାମ୍ବାଦିକଙ୍କ ସାମୁହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଏହା ଏକ ସର୍ବୋକୃଷ୍ଟ ସୁଯୋଗ ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.