Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ଯୁବତୀର ଆସହାୟ ଶିଶୁ କୁ ପୋଷ୍ୟସନ୍ତାନ ଗୃହକୁ ପଠାଗଲା

ଭିନ୍ନକ୍ଷମ ଯୁବତୀର ଆସହାୟ ଶିଶୁ କୁ ପୋଷ୍ୟସନ୍ତାନ ଗୃହକୁ ପଠାଗଲା

608

ମାଲକାନଗିରି,୨୯ା୧୨ (ଓଡିଆ ପୁଅ  )   ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ ସମତି ପକ୍ଷରୁ ଜଣେ ଆସହାୟ ଶିଶୁପୁତ୍ରକୁ କୋରାପୁଟ ଠାରେ ଥିବା ସା ସଂସ୍ଥାର ପୋଷ୍ୟ ସନ୍ତାନଗୃହକୁ ଆଜି ପଠାଯାଇଛି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନୁଆଗୁଡା ଗ୍ରାମର ଜଣେ ଗରିବ ଅନ୍ଧୁଣି ଯୁବତୀର ଏକ ଶିଶୁଜନ୍ମ ହେବା ଖବର ପାଇ ତାଙ୍କୁ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ବାପ ଛେଉଣ୍ଡ ଅସହାୟା ଅନ୍ଧୁଣି ଯୁବତୀ ସେ ନିଜେ ଖାଇବା କୁ ଗଣ୍ଡେ ଯୋଗାଡ କରି ପାରୁନଥିବା ବେଳେ କିପିରି  ନବଜାତ ଶିଶୁଟିକୁ ସମ୍ଭାଳିବେ ଚିନ୍ତିତ ହୋଇ ପଡିଥିଲେ । ଏହି ଅସହାୟା ଯୁବତୀ ଙ୍କୁ ସ୍ୱାଧାର ରେ ଆଶ୍ରୟ ଦେଇ  ଜିଲ୍ଲାଶିଶୁ ମଙ୍ଗଳ କମିଟି ସେହି ନବ ଯାଜତ ଶିଶୁଟିକୁ ଆଜି କୋରାପୁଟସ୍ଥ ସା ସ୍ୱଚ୍ଛାସେବୀ ସଂସ୍ଥାର ପୋଷ୍ୟସନ୍ତାନ ଗୃହକୁ ରକ୍ଷାଣ ବେକ୍ଷଣ ପାଇଁ ପଠାଇ ଦେଇଛନ୍ତି । ଶିଶୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ମଙ୍ଗଳ କମଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,,କମଟିର ସଭ୍ୟ  ଦୀନବନ୍ଧୁଦାଶ, ରାମଗୋବିନ୍ଦ ପଣ୍ଡା,ସଭ୍ୟା ଚୁମୁକି ବେହେରା,ସୁଦେଶ୍ନା ରାଉତ,ସତ୍ୟଜିତ ପଣ୍ଡା,ସୁସାନ୍ତ ସାହୁ, ପୋଷ୍ୟସନ୍ତାନ ଗୃହ ସା ସଂସ୍ଥା ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.