Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକ ଉପକରଣ ବଣ୍ଟନ

ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକ ଉପକରଣ ବଣ୍ଟନ

40

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ପରିସର ମଧ୍ୟରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରାଯାଇଅଛି । ଏଥିରେ ଭଦ୍ରକର ମାନ୍ୟବର ବିଧାୟକ ସଂଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭଦ୍ରକ ବ୍ଲକର ଅଧ୍ୟକ୍ଷ ରଘୁନାଥ ଧଳ, ଉପାଧ୍ୟକ୍ଷ ଜ୍ୟୋତ୍ସ୍ନାମଂଜରୀ ରାଉତ, ବିଜୁ ଜନତା ଦଳର ଯୁବ ସଭାପତି ମୁକୁନ୍ଦ ଜେନା ସାମଲ, ରାନ୍ଦିଆ ସରପଂଚ ମନୋରଂଜନ ପୁହାଣ, ପଂଚାୟତ ସମିତି ସଭ୍ୟ ଚଣ୍ଡିଗାଁ ଇଂ. ପ୍ରିୟବ୍ରତ ନାୟକ, ବାଣିତିଆ ସରପଂଚ କୈଳାସ ଚନ୍ଦ୍ର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଂଜନ ଦାଶ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ଚନ୍ଦ୍ର ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଗୀତାରାଣି ମହାପାତ୍ର ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ । ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର(ସିଆରଏସଆର) ଏବଂ ପଂଚାୟତ ସମିତି ଭଦ୍ରକ ମିଳିତ ଆନୁକୂଲ୍ୟରେ ୧୨ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ପ୍ରକାର ସହାୟକ ଉପକରଣ ଯଥା ଘୁର୍ନନ ଚୌକି, ସି.ପି.ଚେୟାର, ଶ୍ରବଣ ଯନ୍ତ୍ର, କୃତ୍ରିମ ଅଙ୍ଗ, ୱାକର, ଆଶାବାଡି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସି.ଆର.ଏସ.ଆର ମୁଖ୍ୟ ଡାକ୍ତର ଭଗବାନ ପରିଡା ପରିଚାଳନା କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ବିଦୁଶଙ୍କର ନାୟକ, ଜଗନ୍ନାଥ ପ୍ରସାଦ ସିଂହ, ଓମ୍‌ଶକ୍ତି ଦାସ, ଅମିତ ପାତ୍ର, ଉମେଶ ଚନ୍ଦ୍ର ପାତ୍ର, ରତିକାନ୍ତ ନାୟକ, ସେକ୍ ସକାବତ୍ ଅଲ୍ଲୀ ଇତ୍ୟାଦି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.