Home ଅପରାଧ ଭିଣୋଇ ଘରକୁ ଯାଇ ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ଯୁବତୀ

ଭିଣୋଇ ଘରକୁ ଯାଇ ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ଯୁବତୀ

1370

ରାଇରଙ୍ଗପୁର ୨୯ ଏପ୍ରିଲ : (ଓଡ଼ିଆ ପୁଅ / ଏସକେ ସାଦ୍ଦାମ) : ବଦଳୁନି ମାନସିକତା, ଥମୁନି ନାରୀ ଅତ୍ୟାଚାର। ପୁଣି ଦୁଷ୍କର୍ମର ଶିକାର ହେଲେ ଦିବ୍ୟାଙ୍ଗ ଯୁବତୀ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ଯୁବତୀ ଜଣକ ଭିଣୋଇ ଘର ସାନବାଣ୍ଠା ଅଂଚଳକୁ ବୁଲିବାକୁ ଯାଇଥିଲେ। ତେବେ ଗତକାଲି ଦିନ ପ୍ରାୟ ୧୨.୩୦ ସମୟରେ ଘରେ କେହି ନ ଥିବା ବେଳେ ଯୁବତୀ ଜଣଙ୍କୁ ଏକୁଟିଆ ପାଇ ସାନବାଣ୍ଠା ଗ୍ରାମର ମାଠା ମାହାଲି ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ଯୁବତୀଙ୍କ ଭିଣୋଇ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋରୁମହିଷାଣୀ ପୋଲିସ ମାଠା ମାହାଲି କୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.