Home ଓଡ଼ିଶା ଘରୋଇ ଚିକିତ୍ସାରେ ଡାକ୍ତର, ସାଧାରଣ ରୋଗୀଙ୍କ ଗୁହାରି ଶୁଣିବ କିଏ

ଘରୋଇ ଚିକିତ୍ସାରେ ଡାକ୍ତର, ସାଧାରଣ ରୋଗୀଙ୍କ ଗୁହାରି ଶୁଣିବ କିଏ

998

ବଲାଙ୍ଗୀର ୨୯-୪ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତର ଖାନା ରେ ରୋଗୀ ସେବା ବ୍ୟାହତ ନେଇ ଜନସେବା ସଙ୍ଘ ଗୁରୁତର ଅଭିଯୋଗ କରିଛି। ଏହି ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପରିଚାଳନା ଗତ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସରଳ ଲୋକେ ଅକଥନୀୟ ଦୁର୍ଦ୍ଦଶା ର ଶୀକାର ହେବା ସହ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବା ସାର ହେଉଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ, ପଦବୀ ଖାଲି ପଡିରହିଥିବା ବେଳେ ଜଣେ ଭେଷଜ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଙ୍କୁ ନେଇ ଏହି ସବଡିଭିଜନାଲ ମୁଖ୍ୟ ଡାକ୍ତର ଖାନା ଚାଲିଛି। ଦୀର୍ଘଦିନ ଧରି ଏହି ଡାକ୍ତର ଖାନା ର ଅନ୍ୟ ଗୁରୁତ୍ୱ ପୂର୍ଣ୍ଣ ପଦବୀ ମାନ ପୁରଣ ପାଇଁ ଅନେକ ଥର ଦାବି ହେବା ସତ୍ୱେ କିଛି ସୁଫଳ ମିଳି ପାରିନି।

ବର୍ତ୍ତମାନ ସମୟରେ ସରକାରୀ କଟକଣା ଯୋଗୁଁ ଅନେକ ଗୁରୁତର ରୋଗୀଙ୍କ ଅବସ୍ଥା ଅକଥନୀୟ। ଡାକ୍ତର ଅଭାବ ଥିବା ବେଳେ ଏହି ଡାକ୍ତର ଖାନାକୁ ଅନେକ ସଂଖ୍ୟାରେ ଦୁର, ଦୁରାନ୍ତ ଓ ଆଖ, ପାଖ ଗ୍ରାମାଞ୍ଚଳରୁ ରୋଗୀ ଆସି ଡାକ୍ତରଙ୍କୁ ଅପେକ୍ଷା କରି ଥିବା ବେଳେ ଡାକ୍ତର ଡାକ୍ତର ଖାନା ପରିସରରେ ଥିବା ନିଜ ଘରେ ରୋଗୀ ଦେଖି ଅର୍ଥ ଶୋଷଣ କରିବା ଦେଖାଯାଉଛି। ଏପରିକି ଡାକ୍ତର ଖାନାରେ ଚିକିତ୍ସାଧୀନ ରୋଗୀକୁ ଠିକ ସମୟରେ ଯାଇ ନ ଦେଖିବା ପରି ଅଭିଯୋଗ ହୋଇଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ସର୍ବଦା ବ୍ୟସ୍ଥ ରହିବା ଯୋଗୁଁ ଗର୍ଭବତୀ ମହିଳାମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଦେଖାଯାଉଛି। ଏପରିକି ଡାକ୍ତର ଖାନା ରେ ପ୍ରସୂତି ମହିଳାଙ୍କୁ ଉକ୍ତ ନର୍ସିଂହୋମକୁ ଯିବାପାଇଁ ପ୍ରବର୍ତ୍ତାଇବା ଓ ଆବଶ୍ୟକ ନ ଥିବା ସ୍ଥଳେ ଅପରେସନ ପାଇଁ କହିବା ଓ ନା ନା ଆଳ ଦେଖାଇ ବିନା କାରଣ ରେ ବଲାଙ୍ଗୀର ସ୍ଥାନାନ୍ତର କରିବା ପରି ଅଭିଯୋଗ ହୋଇଛି। ଏହି ଡାକ୍ତର ଖାନା ର ଏ ସବୁ ଅବ୍ୟବସ୍ଥା ଦିଗରେ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସେବା ସଙ୍ଘ ଦୃଢ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.