Home ଓଡ଼ିଶା ଭିଜିଲାନ୍ସ ଜାଲରେ କିରାଣୀ

ଭିଜିଲାନ୍ସ ଜାଲରେ କିରାଣୀ

445

ବଲାଙ୍ଗୀର,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଭିଜିଲାନ୍ସ ଜାଲରେ କିରାଣୀ । ଏଭଳି ଘଟଣା ଘଟିଛି ବଲାଙ୍ଗୀରରେ । ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣି ତ୍ରିନାଥ ସେଠଙ୍କ ଘରେ ଚଢ଼ଉ ହୋଇଛି।  ଭିଜିଲାନ୍ସର ୪ ଜଣିଆ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ତ୍ରିନାଥଙ୍କ ବଲାଙ୍ଗିର ପ୍ୟାଲେସ୍‌ ଲା ଇନ୍‌ ପଡ଼ା ସ୍ଥିତ ଘର, ନୂଆପଡ଼ାରେ ଥିବା ପୈତୃକ ଘର ଓ ତାଙ୍କ ଅଫିସ୍‌ରେ ଚଢ଼ାଉ ହୋଇଛି। ତ୍ରିନାଥଙ୍କ ସ୍ତ୍ରୀ ସୀତାରାଣୀ ସେଠ୍ ୱେସ୍କୋରେ ଜୁନିଅର ଆକାଉଟାଣ୍ଟ ଥିବା ବେଳେ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.