Home ଅପରାଧ ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ

72

ମାଲକାନଗିରି, ୨୬।୬ (ଓଡ଼ିଆ ପୁଅ) ମାଲକାନଗିରି ଉପଜିଲ୍ଲାପାଳ କର୍ଯ୍ୟାଳୟର କିରାଣି ଏକେ ନାୟକ ଜମିଜମା ମାମଲା ଫଇସଲା କରିବା ପାଇଁ ଆଜି ଜଣେ ଲୋକ ଠାରୁ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡିଛନ୍ତି।

ମାଲକାନଗିରି ଜିଲ୍ଲା ମୋଟୁ ଥାନାସ୍ଥ ଏମପିଭି ୮୩ ଗ୍ରାମର ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କ ଜମିରୁ ୧୪୪ ଧାରା ଉଚ୍ଛେଦ କରି ଜମିଜମା ମାମଲା ଫଇସଲା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ଏ ସମ୍ପର୍କରେ ଶ୍ରୀ ମଣ୍ଡଳ ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ବିଭାଗକୁ ଜଣାଇ ଆଜି କିରାଣି ନାୟକଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଆଗରୁ ଲୁଚିରହିଥିବା ଭଜିଲାନ୍ସ ଅଧିକାରୀମାନେ ରେଡ଼ହ୍ୟାଣ୍ଡ କିରାଣୀଙ୍କୁ ଧରି ତାଙ୍କ ପକେଟରୁ ଟଙ୍କା ଜବତ କରିଛନ୍ତି।

ଆଜି ସନ୍ଧ୍ୟାରେ କିରାଣି ଶ୍ରୀ ନାୟକ ଙ୍କୁ ଜୟପୁର ଭିଜିଲାନ୍ସ ଏସପି କାର୍ଯ୍ୟାଳୟକୁ ନିଆଯାଇ ପଚରା ଉଚରା କରାଯାଉଥିବାର ଭିଜିଲାନ୍ସବିଭାଗ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.