Home ଓଡ଼ିଶା ଭିଏସଏସୟୁଟିର ଏକାଦଶ ସମାବର୍ତ୍ତନ ଉତ୍ସବ- ପରିବର୍ତ୍ତନ ଶୀଳ ଦୃଶ୍ୟପଟ ସହିତ ତାଳଦେଇ ଦେଶ ଓ...

ଭିଏସଏସୟୁଟିର ଏକାଦଶ ସମାବର୍ତ୍ତନ ଉତ୍ସବ- ପରିବର୍ତ୍ତନ ଶୀଳ ଦୃଶ୍ୟପଟ ସହିତ ତାଳଦେଇ ଦେଶ ଓ ରାଜ୍ୟକୁ ଆଗେଇ ନେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

442

ସମ୍ବଲପୁର, ତା ୩୦।୧୧ (ଓଡ଼ିଆ ପୁଅ) -ବୁର୍ଲା ବୀର ସୁରେନ୍ଦ୍ର ସାଏ ବ÷÷ଷୟିକ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଆଜି ସିଦ୍ଧିବିହାର ସ୍ତିର ସାର ବିଶ୍ୱେସରରାୟ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଆଗାମୀ ବର୍ଷ ଗୁଡ଼ିକରେ ବୈଷୟିକ ଉପଲବ୍ଧିର ଶକ୍ତି ପ୍ରତିଫଳିତ ହେବାକୁ ଯାଉଛି। ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଏହିଭଳି ବିକାଶ ପାଇଁ ସୁବିଧା ପ୍ରଦାନ କରିବାକୁ ହେବ। ବିଶ୍ୱର ପରିବର୍ତ୍ତିନ ଶୀଳ ଦୃଶ୍ୟପଟ ସହିତ ଖାପ ଖୁଆଇ ଭାରତ ଏବଂ ଓଡ଼ିଶାକୁ ଆଗକୁ ଅଗ୍ରସର କରାଇବାକୁ ହେଲେ ଜ୍ଞାନ ଓ ଅଧ୍ୟୟନର ଗତିକୁ, ବିଶେଷକରି ଯୁବପିଢ଼ିଙ୍କ ପାଇଁ ସୁନିଶ୍ଚିତ କରିବାକୁ ହେବ। ଏହି ଦିଗରେ ଏହି ବିଶ୍ୱବିଦ୍ୟାଳୟକୁ ଗୁରୁତ୍ୱପୁର୍ଣ୍ଣ ଏବଂ ଯୋଜନାବଦ୍ଧ ଭୁମିକା ବହନ କରିବାର ସୁଯୋଗ ଆସିଛି। ସମୃଦ୍ଧ ଏବଂ ଐତିହାସିକ ସମୃଦ୍ଧ ସମ୍ପର୍ଣ୍ଣ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଓ ଭବିଷ୍ୟତ ନିର୍ମାଣକୁ ଚିରନ୍ତର ବଳଶାଳୀ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ। କାରଣ ଗତ ଛଅ ଦଶନ୍ଧି ଧରି ବୈଷୟିକ ଶିକ୍ଷାର ବିକାଶରେ ଏହି ସଂସ୍ଥାନ ମହାନ ଅବଦାନ ପ୍ରଦାନ କରିଛି। ସାମ୍ପ୍ରତିକ ସମୟରେ ଜ୍ଞାନର ଶକ୍ତି ହି ଲକ୍ଷରେ ପରିଣତ ହୋଇଛି। ନିରନ୍ତର ଅଧ୍ୟୟନ, ଚିନ୍ତା, ବୁଝାମଣା ଓ ଅନ୍ୱେଷଣ ଦ୍ୱାରା ଏହି ଲକ୍ଷ ହାସଲ କରାଯାଇ ପାରିବ। ବିକାଶଶୀଳ ଭାରତ ଏକ ଅର୍ଥନୈତିକ, ବୈଷୟିକ ପାୱାରହାଉସ ଅଟେ ଏବଂ ଏହା ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ନିଯୁକ୍ତି ଏବଂ ସମ୍ବଳ ସୃଷ୍ଟି କରିବ। ବୈଷୟିକ ଜ୍ଞାନ କୌଶଳକୁ ବିଶ୍ୱବିଦ୍ୟାଳୟର ପୋର୍ଟାଲ୍ସ୍ରୁ ଉନ୍ମୁକ୍ତ କରି ଗାଁର ରାସ୍ତା, ଜଳାଶୟ, ଗାଁର ଚାଷଖେତ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ କାରଖାନାରେ ପହଞ୍ଚାଇବା ଜରୁରୀ ହୋଇପଡ଼ିଛି। ଅନ୍ୱେଷଣ, ଉଦ୍ଭାବ ଦ୍ୱାରା ଏହା ସମ୍ଭବ ହୋଇପାରିବ ଏ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ପାଇଁ ବିଶ୍ୱବିଦ୍ୟାଳୟ ସୁନାମ ଅର୍ଜନ କରିଛି। ପାଖରେ ଥିବା କେବିକେ ଅଞ୍ଚଳର ପ୍ରଗତି ପାଇଁ ଭୁମିକା ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ସେ ମରାମର୍ଶ ଦେଇଥିଲେ।

ପ୍ରଫେସର ଗଣେଷୀ ଲାଲ ଆହୁରୀ ମଧ୍ୟ କହିଲେ ଯେ, ସମାଜର ଶୃଙ୍ଖଳା ଏବଂ ବିକାଶର ଦିଗ ନିର୍ଣ୍ଣୟ କରିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିବିମ୍ବର ସ୍ୱରୁପ ଅଟେ। ତେବେ ବିଶ୍ୱବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟ ପରିସରକୁ ଆହୁରୀ ପରିବ୍ୟାପ୍ତ କରିବାକୁ ହେବ। କାରଣ ସମାଜର ବିକାଶ ଓ ଜୀବନର ଗୁଣାତ୍ମକ ମାନ ପାଇଁ ଆବଶ୍ୟକ ମୁଲ୍ୟବୋଧ ଓ ସଦାଚାର ସକାଶେ ଏହି ଠାରେ ତାଲିମା ଦିଆଯାଇଥାଏ। ଛାତ୍ରଛାତ୍ରୀ ମାନଙ୍କୁ ନିଜର ଶିକ୍ଷା ସଂସ୍ଥାନରେ ଏବଂ ବାହାରେ ବଡ଼ ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି କୁଳାଧିପତି ପ୍ରଫେସର ଲାଲ କହିଛନ୍ତି। ଏବେ ଓଡ଼ିଶାକୁ କୋଇଲା ଓ ଖଣି ଭିତ୍ତିକ ପ୍ରକଳ୍ପ ସ୍ଥାପନ ପାଇଁ ବଡ଼ ବଡ଼ ଶିଳ୍ପସଂସ୍ଥା ଆସୁଛନ୍ତି ଖଣିଜ ସମ୍ପଦ କୋଇଲା, ବନ୍ଦର, ଶ୍ରମଶକ୍ତି ଏବଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଓଡିÿଶା ପୁଞ୍ଜିନିବେଶର ଆଦର୍ଶ ସ୍ଥାନ ଭାବରେ ପରିବର୍ତ୍ତିତ ହୋଇଛି। ତେବେ ଏହି କ୍ଷେତ୍ରରେ ପାହାଡ଼ରେ ଜଳ ସଂରକ୍ଷଣ, ନଦୀଜଳସ୍ତର, ପର୍ଯ୍ୟାବରଣ, ଜଙ୍ଗଲ ସୁରକ୍ଷା, ଭୁତଳ ଜଳର ସୁରକ୍ଷା ଭଳି ଆହ୍ୱାନ ଆମ ଆଗରେ ରହିଛି। ଗବେଷଣା ଓ ବିକାଶ ଏବଂ ଗୁଣାତ୍ମକ ମାନବ ସମ୍ବଳର ସଦଉପଯୋଗ ଉପରେ ପ୍ରଫେସର ଗଣେଷୀ ଲାଲ ଗୁରୁତ୍ୱାରୋପ କରିଥିଲେ।ଶିଳ୍ପ ସଂସ୍ଥାନ ଗୁଡ଼ିକର ଆବଶ୍ୟକତାକୁ ନଜରରେ ରଖି ସହନିୟ ବିକାଶ ପାଇଁ ବୈଷୟିକ ସୁବିଧା, ସୁଯୋଗ ପ୍ରଦାନ କରିବା ସକାଶେ ନୁତନ କୌଶଳ କାର୍ଯ୍ୟକାରୀ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଅଭିଜ୍ଞତା ଓ ବ୍ୟବହାରିକତା ଦିଗରୁ ପ୍ରୟୋଗାତ୍ମକ ଗାଣିତିକ ବିଜ୍ଞାନରେ ଜ୍ଞାନର ପ୍ରୟୋଗ କରି ଯନ୍ତ୍ରୀମାନେ ଜାତୀୟ ବିକାଶ ଧାରାରେ ଭୁମିକା ଗ୍ରହଣ କରିପାରିବେ ବୋଲି କୁଳାଧିପତି ପ୍ରଫେସର ଲାଲ କହିଥିଲେ। ମାନବିୟ ଲକ୍ଷ ସହିତ ସାାଲିସ ନ କରି ସମାସ୍ୟାର ପ୍ରତିକାର ଏବଂ ଆହ୍ୱାନର ସାମନା କରିବା ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କୁଳାଧିପତି ପ୍ରଫେସର ଲାଲ କହିଥିଲେ।

ସମାରୋହର ମୁଖ୍ୟଅତିଥି ଭାବେ ଇଣ୍ଡିଆନ ଏସୋସିଏସନ ଫର ଦି କଲ୍ଟିଭେସନ ଅଫ୍ ସାଇନ୍ସ, କୋଲକୋତ୍ତାର ନିର୍ଦ୍ଦେଶକ ଡଃ ଶାନ୍ତାନୁ କୁମାର ଭଟ୍ଟାଚାର୍ଯ୍ୟ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ସେ ତାଙ୍କର ଅଭିଭାଷଣରେ କହିଲେ ଯେ, ସମାଜର ଚରିତ୍ରଗଠନ ଏବଂ ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା ହେଉଛି ଚାବିକାଠି। ଜାତୀୟ ଅଭିବୃଦ୍ଧି କୁ ଚରିତାର୍ଥ କରିବା ପାଇଁ ମାନବ ସମ୍ବଳର ସଶକ୍ତିକରଣର ସକାଶେ ଶିକ୍ଷାର ଭୁମିକା ମହତ୍ୱପୁର୍ଣ୍ଣ। ଗ୍ରାମୀଣ ଯୁବପିଢ଼ିକୁ ଉଚ୍ଚଶିକ୍ଷା ପ୍ରଦାନ କରାଗଲେ ଅସ୍ୱଚ୍ଛଳ ପରିବାରର ସାମାଜିକ ଅର୍ଥନୈତିକ ସ୍ତିତିକୁ ମଜବୁତ କରିବାର କଥା ଶିକ୍ଷାରେ ରହିଛି। ସାମାଜିକ ଅର୍ଥନୈତିକ ପରିସ୍ତିତିରେ ଦୃତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ନୁତନ ଜ୍ଞାନକୌଶଳ, କ୍ରମବର୍ଦ୍ଧିଷ୍ଣ ଅର୍ଥନିତି ଏବଂ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପରେ ପ୍ରତିଫଲିତ ହେଉଛି। ତେବେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା ଆବଶ୍ୟକ। ବିଭିନ୍ନ ବିଷୟ ସହିତ ଅର୍ଥନିତି ଏବଂ ପ୍ରବନ୍ଧନ କ୍ଷେତ୍ରରେ ଗବେଷଣାକୁ କାର୍ଯ୍ୟକାରୀ କରିବାକୁ ହେବ। ମାନବ ସମ୍ବଳର ବିକାଶ ପାଇଁ ବୈଷୟିକ ଜ୍ଞାନ କୌଶଳକୁ ପ୍ରୟୋଗ କରିବା ସକାଶେ ଜ୍ଞାନର ଗଭିରତାକୁ ଯିବାକୁ ହେବ ବୋଲି ଡଃ ଭଟ୍ଟାଚାର୍ଯ୍ୟ କହିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କୁ ଏହି ସ୍ତରରେ ପହଞ୍ଚାଇଥିବା ସଂସ୍ଥାନ ଓ ରାଜ୍ୟ ତଥା ଦେଶକୁ ଭୁଲି ନ ଯାଇ ନିଜର ତୃଣମୁଳକୁ ସହନିୟ କରିବା ପାଇଁ ବିଶ୍ୱାସୀ ଏବଂ ସତ୍ୟବାଦିତା ଆବଶ୍ୟକ ଏହି ଭାବନା ଶିକ୍ଷିତ ଲୋକଙ୍କ ମଧ୍ୟରେ ରହିଲେ ଲୋକଙ୍କ କଲ୍ୟାଣ ଏବଂ ଅସଫଳ ବର୍ଗଙ୍କୁ ସାହାଯ୍ୟ କରାଗଲେ ବିଶ୍ୱର ମଙ୍ଗଳ ହୋଇପାରିବ କାରଣ ଆମ ପରିପାଶ୍ୱର୍ରେ ଶାନ୍ତି ଓ ଆାନନ୍ଦ ରହିଲେ ଯାଇ ସାମଗ୍ରୀକ ସୁସ୍ଥ ବାତାବରଣ ସମ୍ଭବ ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରାରମ୍ଭରେ ଭିସୁଟର କୁଳପତି କୁଳପତି ପ୍ରଫେସର ଡଃ ଅଟଳ ଚୌଧିôରୀ ସ୍ୱାଗତ ଭାଷଣ ଏବଂ ବିଶ୍ୱବିଦ୍ୟାଳୟର ଉତ୍କର୍ଷତା ତଥା ଉପଲବ୍ଧି ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଡଃ କେ ଶିବାନଙ୍କୁ ସମ୍ମାନସୁଚକ ଡ଼ି ଏସସି ଡ଼ିଗ୍ରୀ ପ୍ରଦାନ କରାଯାଇଛି। ସମାରୋହରେ ୩୨ଟି ଏମ ଫିଲ ଓ ଏମଏସସି-ଆଇ, ୪୬ଟି ଏମ ଏସସି, ୩୩ଟି ଏମସିଏ, ୨୧୩ଟି ଏମଟେକ, ୩୮ଟି ବି ଆର୍କ ଏବଂ ୯୦୮ ଜଣଙ୍କୁ ବି ଟେକ ଡ଼ିଗ୍ରୀକୁ ମିଶାଇ ୧୨୯୬ ଜଣଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା। ଏହା ବ୍ୟତିତ ବିଭିନ୍ନ ବିଷୟରେ ଗବେଷଣା ପାଇଁ ୨୬ଟି ଜଣ ପିଏଚଡ଼ି ଡ଼ିଗ୍ରୀ ପ୍ରଦାନ କରାଯିବ। ବିଭିନ୍ନ ବିଭାଗରେ କୃତୀତ୍ୱ ପାଇଁ ୩୨ ଜଣଙ୍କୁ ସ୍ୱର୍ଣ୍ଣ ବିଶ୍ୱବିଦ୍ୟାଳୟ ଡ଼ୋନେଟେଡ଼ ସ୍ୱର୍ଣ୍ଣ ପଦକ ଏବଂ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚଳରେ ଭିସୁଟର କୁଳସଚିବ ଉପମା କାଲୋ, ଅନ୍ୟମାନଙ୍କ ଗହଣରେ ଡ଼ିନ ପ୍ରଫେସର ଦେବଦତତ୍ତ ମିଶ୍ର, ଡ଼ିନ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଡ଼ିନ ସୁଧାଂଶୁ ଶେଖର ଦାଶ, ପ୍ରଫେସର ବିଭୁତି ଭୁଷଣ ପତି, ପ୍ରଦୀପ କୁମାର ସାହୁ, ପ୍ରଫେସର ପି କେ ମୋଦି, ପ୍ରଫେସର ଶରତ କୁମାର ସ୍ୱାଇଁ ଏବଂ ପ୍ରଫେସର ଉମାରଞ୍ଜନ ଜେନାଙ୍କ ସହିତ ଅନ୍ୟାନ୍ୟ ସମସ୍ତ ପ୍ରଫେସର ତଥା ଅଧ୍ୟାପକ ମାନେ ଉପସ୍ତିତ ରହିଥିଲେ। ପୁର୍ବରୁ ରାଜ୍ୟ ସରାକାରଙ୍କ ଆର୍ଥିକ ସହଯୋଗରେ କ୍ୟାମ୍ପସରେ ନିର୍ମିତ ହୋଇଥିବା ଇନୋଭେସନ ଓ ଇଂକୁବେସନ କେନ୍ଦ୍ରକୁ କୁଳାଧିପତି ପ୍ରଫେସର ଗଣେଷୀ ଲାଲ ଉଦଘାଟନ କରିଥିଲେ। ଏହା ଦେଶର ପ୍ରଥମ ଏହି ଧରଣର ଗବେଷଣା ଓ ଅନ୍ୱେଷଣ କେନ୍ଦ୍ର ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.