Home ଜିଲ୍ଲା ପରିକ୍ରମା କୋରାପୁଟ ଜିଲ୍ଲାରେ ୧୨୭ଜଣ କରୋନା ପଜିଟିଭ

କୋରାପୁଟ ଜିଲ୍ଲାରେ ୧୨୭ଜଣ କରୋନା ପଜିଟିଭ

53

କୋରାପୁଟ ୦୯-୦୫(ଓଡିଆ ପୁଅ /ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ ରବିବାର ଦିନ ୩୨ଜଣ ମହିଳାଙ୍କ ସମେତ  ୧୨୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୮ ଓ ଜୟପୁର ପୌର ପରିଷଦରୁ ୨୫ ଜଣ  ପଜିଟିଭ ଚିହ୍ନଟ ହୋଇଥିବାବେଳେ  ସୁନାବେଡା ପୌରାଂଚଳରୁ ସର୍ବାଧିକ ୩୦  ଏବଂ କୋଟପାଡ ଏନଏସିରୁ  ୩ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବୈପାରିଗୁଡା ବ୍ଲକରୁ ୮,ବୋରିଗୁମ୍ମା ବ୍ଲକରୁ ୭,ଦଶମନ୍ତପୁର ବ୍ଲକରୁ ୪  ଓ କୋରାପୁଟ ବ୍ଲକରୁ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୩,ଲମତାପୁଟ ବ୍ଲକରୁ ୬,ଲକ୍ଷ୍ମୀପୁର ବ୍ଲକରୁ ୮,ନନ୍ଦପୁର ବ୍ଲକରୁ ୬,ନାରାୟଣପାଟଣା ବ୍ଲକରୁ ୧ ଏବଂ ସେମିଲିଗୁଡା  ବ୍ଲକରୁ  ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୮  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୮  ହଜାର ୧୪୩  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମଇ ୯ ସୁଦ୍ଧା ଜିଲ୍ଲାର ମୋଟ ୯୯୮୧ ଆକ୍ରାନ୍ତଙ୍କ ଭିତରୁ  ୮୭୫୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୨୦୭ ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.