Home ଓଡ଼ିଶା ଭାର ଉତ୍ତୋଲନରେ ଛାତ୍ରୀଙ୍କ କୃତିତ୍ୱ

ଭାର ଉତ୍ତୋଲନରେ ଛାତ୍ରୀଙ୍କ କୃତିତ୍ୱ

755

ବ୍ରହ୍ମପୁର: ୧/୧୨/୨୦୧୮(ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଚିକିଟୀ କଲେଜ ଛାତ୍ରୀ ବନିତା ଘଡେଇ ସର୍ବ ଭାରତୀୟ ମହିଳା ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇଚ୍ଛା ଓ ଏକାଗ୍ରତା ଥିଲେ ସୁଯୋଗ ଆପେ ଆପେ ଆସେ ଓ ସଫଳତା ମିଳିଥାଏ । ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଚିକିଟୀ କଲେଜର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ବନିତା ଘଡେଇଙ୍କ କ୍ଷେତ୍ରରେ ।

ଆନ୍ଧ୍ର ପ୍ରଦେଶ ସ୍ଥିତ ନାଗାର୍ଜୁନ ବିଶ୍ଵ ବିଦ୍ୟାଳୟରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତଃ ମହାବିଦ୍ୟାଳୟ ମହିଳା ଭାରତ୍ତୋଳନ ପ୍ରତିଯୋଗିତାରେ ୧୪୧ ବର୍ଗରେ ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଛନ୍ତି ଓ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଓ ଚିକିଟୀ କଲେଜ ପାଇଁ ଅଣିଦେଇଛନ୍ତି ଗର୍ବ ଓ ଗୋୖରବ । ଏହି ଅବସରରେ ଛାତ୍ରୀ ବନିତା ଘଡେଇଙ୍କୁ ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ତାଙ୍କର ଏ ସଫଳତା ପାଇଁ ବାପ, ମା, କ୍ରୀଡ଼ା ଶିକ୍ଷକ ଜେ.ଜଗନ୍ନାଥ ରାଓ କୋଚ୍ ଟୁକୁନି ବଡ଼ମୁଣ୍ଡି କଲେଜର ଅଧ୍ୟକ୍ଷ ଡ଼ଃ ବିଚିତ୍ର ପଟ୍ଟନାୟକ , ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.