Home ଜିଲ୍ଲା ପରିକ୍ରମା ଭାରତ ଯୋଡ଼ ପଦଯାତ୍ରା ପାଇଁ ପ୍ରସ୍ତୁତି, ପୌରାଞ୍ଚଳ ଓ ପଞ୍ଚାୟତ ପାଇଁ ସଂଯୋଜକ ନିଯୁକ୍ତ

ଭାରତ ଯୋଡ଼ ପଦଯାତ୍ରା ପାଇଁ ପ୍ରସ୍ତୁତି, ପୌରାଞ୍ଚଳ ଓ ପଞ୍ଚାୟତ ପାଇଁ ସଂଯୋଜକ ନିଯୁକ୍ତ

19

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବଭାରତୀୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଏବେ ଜାରୀ ରହିଛି। ଏହି କ୍ରମରେ ଓଡିଶାରେ ମଧ୍ୟ ଭାରତ ଯୋଡ ଯାତ୍ରା ଜରିଆରେ ରାଜ୍ୟର ଶୀର୍ଷ ନେତୃମଣ୍ଡଳୀ ପଦାଯାତ୍ରାରେ ସାମିଲ ହୋଇଛନ୍ତି। ଭଦ୍ରକରେ ଏହି ପଦଯାତ୍ରା ନଭେମ୍ବର ୮ ତାରିଖ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୭ ତାରିଖ ଭଣ୍ଡାରିପୋଖରୀରେ ଏହି ପଦଯାତ୍ରା ପହଞ୍ଚିବା ପରେ ୮ ତାରିଖ ଭଦ୍ରକରେ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ପୌରାଞ୍ଚଳ ପାଇଁ ରାଜନ ଲାହା ଓ ଅଶ୍ରଫ ଅଲ୍ଲୀ ଖାନଙ୍କୁ ସଂଯୋଜକ ଭାବେ ଦଳ ପକ୍ଷରୁ ନିଯୁକ୍ତ୍‌ି ଦିଆଯାଇଛି। ସେହିପରି ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ପାଇଁ ପିତବାସ ଧଳ ଓ ଗୋରାମାଟି ସମିତି ସଭ୍ୟ ଗୟାଧର ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ନିଯୁକ୍ତି ପାଇଥିବା ପୌରାଞ୍ଚଳର ୨ ସଂଯୋଜକ ପଦଯାତ୍ରାର ସୁପରିଚାଳନା ନିମିତ୍ତ ସମସ୍ତ ୱାର୍ଡ଼ ପାଇଁ ୧୦ଜଣିଆ କମିଟି ସ୍ଥିର କରିବେ। ଅନୁରୂପ ପଞ୍ଚାୟତ ସଂଯୋଜକମାନେ ମଧ୍ୟ ସମସ୍ତ ପଞ୍ଚାୟତରେ ୧୦ ଜଣିଆ କମିଟି ନିଯୁକ୍ତ କରିବେ ବୋଲି ଦଳର ଜିଲ୍ଲା ସଭାପତି ସୁବ୍ରତ ଦାସ ଗଣମାଧ୍ୟମକୁ ଏକ ପ୍ରେସ ବିବୃତି ଯୋଗେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.