Home କଳାହାଣ୍ଡି ଭାରତୀୟ ମଜଦୂର ସଙ୍ଘ୍ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

ଭାରତୀୟ ମଜଦୂର ସଙ୍ଘ୍ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

20

କଳାହାଣ୍ଡି, ତା.୨୨.୦୨.୨୦୨୧ ( ଓଡିଆପୁଅ) ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନ ରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ସଂଘ ପ୍ରଭାରୀ,ସଂଘ ର କର୍ମକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା , ଦେବେନ୍ଦ୍ର ପଟ୍ଟଯୋଶୀ ପୂର୍ବତନ ରାଜ୍ୟ କାର‌୍ୟ୍ୟକାରୀ ସଭାପତି ଓଡିଶା ଭାରତୀୟ ମଜଦୂର ସଂଘ, ବିଏମଏସ ର ଓଡିଶା ପ୍ରଦେଶ ର ସମ୍ପାଦକ ଯୋଗେଶ୍ୱର ଦାସ, ବିଏମଏସ ପଶ୍ଚିମ ଓଡିଶା ସମ୍ପାଦକ ଅରୁଣ ସାହୁ, ଜ଼ିଲ୍ଲା ସଭାପତି ବିଶ୍ୱ ରଞ୍ଜନ ସା,ଦୀନେଶ ଅଗ୍ରୱାଲ, ଜୟନ୍ତ  ପଣ୍ଡା, ସୁରେନ୍ଦ୍ର କର, ଝୁନୁପମା ଶତପଥି ଅଙ୍ଗନବାଡି ୱାର୍କରସ ସଂଘ ର ଜ଼ିଲ୍ଲା ସଭାନେତ୍ରୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ ସମାଜ ସେବି ଗୋଲାମୁଣ୍ଡା, ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଅତିଥି ରହି ଥିବା ବେଳେ ସୁରେନ୍ଦ୍ର କର ସଭା ଟିକୁ ପରିଚାଳନା କରି ଥିଲେ !

ସଭା ଆରମ୍ଭ କରିବା ପୂର୍ବରୁ ଭାରତ ମାତା ର ସ୍ଲୋଗାନ ଦେଇ ଭାରତ ମାତା, ପ୍ରଭୁ ବିଶ୍ୱକର୍ମା, ବିଏମଏସ ର ଜନ୍ମ ଦାତା ବାବୁ ରାୟ ତନ୍ତେପନ୍ତେ ଠେଁଙ୍ଗଡ଼ି ଜି ପ୍ରତିମୂର୍ତ୍ତି ପାଖରେ ପ୍ରଦୀପ ପ୍ରଯୁଲନ କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଂଘ ର କାର‌୍ୟ୍ୟକ୍ରମ କୁ ଆଗକୁ ବଢ଼ା ଯାଇଥିବା ସହିତ ନୂତନ ଭାବରେ କର୍ମକର୍ତ୍ତା ମାନ ଚୟନ କରାଯାଇଥିଲା ! ଅଧିବେଶନ ଉପରେ ବିଭିନ୍ନ ବ୍ଲକ ରୁ ଆସିଥିବା କେତେକ ମଜଦୂର ଭାଇ ମାନଂକୁ ମଜଦୂର ପ୍ରମାଣ କାର୍ଡ ବଣ୍ଟନ କରାଯାଇ ଥିଲା ! ଏହି ସଭାଟିକୁ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଶତାଧିକ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମଜଦୂର ଭାଇ ମାନେ, ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ଅଙ୍ଗନବାଡି କର୍ମୀ ମାନଙ୍କ ମଧ୍ୟରୁ ଅଙ୍ଗନବାଡି ସଂଘ ର ଜ଼ିଲ୍ଲା କାର‌୍ୟ୍ୟକାରିଣୀ ସଦସ୍ୟା ଜସ୍ମିନ ନାଏକ, ଧର୍ମଗଡ ବ୍ଲକ ଅଙ୍ଗନବାଡି ସଂଘ ର ସମ୍ପାଦିକା ପାର୍ବତୀ ଜାଲ, ସରୋଜିନୀ ଖମାରୀ,କୋକସରା ବ୍ଲକ ସଭାନେତ୍ରୀ ଦମୟନ୍ତୀ ଵେଶ୍ରାଓ ତୁଳସୀ ଵେଶ୍ରା ଓଗୋଲାମୁଣ୍ଡା ବ୍ଲକ ସଭାନେତ୍ରୀ ହସ୍ତା ସେଠୀ ଆ ଓ ଜୁନାଗଡ ବ୍ଲକ ସଭାନେତ୍ରୀ ସଂଜୀବନୀ ପାଢୀ , ଜ଼ିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଉପସ୍ଥିତ ରହି ସଭା ଟିକୁ ପରିଚାଳନା କରିବାରେ ପୂର୍ଣ୍ଣ ସହ ଯୋଗ କରି ଥିଲେ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.