Home ଓଡ଼ିଶା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

36

ଭୁବନେଶ୍ବର ୨୧/୦୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ବରେ ସମଗ୍ର ବିଶ୍ୱକୁ ଭାରତବର୍ଷର ସବୁଠୁ ବଡ଼ ଅବଦାନ ହେଉଛି “ଯୋଗ ଶିକ୍ଷା”। ଯୋଗ ଏବେ ବିଶ୍ଵର ସବୁଠୁ ଶକ୍ତିଶାଳୀ ଏକତ୍ରୀକରଣ ଶକ୍ତି ସାଜିଛି। ଆଜି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦିବସ ପାଳନ କରାଯାଇଛି। ପତଞ୍ଜଳି ଯୋଗକେନ୍ଦ୍ରରୁ ପ୍ରଶିକ୍ଷକ ଶ୍ରୀମତୀ ମିନାକ୍ଷୀ ଲେଙ୍କା ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ ଯୋଗ ଶିକ୍ଷା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବରିଷ୍ଠ ନେତା ଶ୍ରୀ ମହେଶ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ମଧ୍ୟ ଭୁବନେଶ୍ବର ନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର, ଭୁବନେଶ୍ବର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମନ୍ଦାକିନୀ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବନ୍ଦନା କାନୁନଗୋ, ଶ୍ରୀମତୀ ସଂଗୀତା ଦାସ, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି, ସାମାଜିକ ଗଣ ମାଧ୍ୟମ ସଂଯୋଜିକା ସତରୂପା ମିଶ୍ରଙ୍କ ସହିତ ରାଜ୍ୟ ଓ ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.