Home ଜିଲ୍ଲା ପରିକ୍ରମା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

78

ନବରଙ୍ଗପୁର ୨୨-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଛାତ୍ରୀମାନଙ୍କୁ ନେଇ ଆନ୍ତର୍ଜାତିକ ଯୋଗ ଦିବସ କୁ ମହା ସମାରୋହରେ ପାଳିତ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଯୋଗ ଶିକ୍ଷୟତ୍ରୀ ରଶ୍ମିରାଣୀପଣ୍ଡାଙ୍କ ଦ୍ଵାରା ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଛାତ୍ରୀମାନେ ଆନନ୍ଦମନରେ ଯୋଗ ଅଭ୍ୟାସ କରିଥିଲେ। ୨୦୧୫ ମସିହା ଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ସମସ୍ତ ନାଗରୀକମାନଙ୍କୁ ଯୋଗ ଦ୍ୱାରା ଶରୀର କିପରି ସୁସ୍ଥ ରହିବ, ଯୋଗ ଦ୍ୱାରା ମାନସିକ ଦୁଶ୍ଚିନ୍ତା ରୁ ମୁକ୍ତି ମିଳିବ ଏବଂ ଶରୀର ରେ କୌଣସି ରୋଗ ରହିବ ନାହିଁ ବୋଲି ବିଶ୍ୱାସ କରାଯାଇ ଏ ପର୍ଯ୍ୟନ୍ତ ମଣିଷ ଯୋଗ କରିଆସୁଛି। ଏହି ବିଶ୍ୱାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଅନୁରୋଧ କରି ଜୁନ ମାସ ୨୧ ତାରିଖ ଦିନ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ତାରିଖ ଦିନକୁ ବିଶ୍ଵ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରାଯାଉଅଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉକ୍ତକାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.