Home ଜିଲ୍ଲା ପରିକ୍ରମା ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି ଓ ମୋର୍ଚ୍ଚା ସଭାପତି ଘୋଷିତ

ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି ଓ ମୋର୍ଚ୍ଚା ସଭାପତି ଘୋଷିତ

34

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି, ବିଭିନ୍ନ ମୋର୍ଚ୍ଚା ଓ ସେଲ୍‌ର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି ହେମନ୍ତ ପାଢୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲା କମିଟିରେ ସଭାପତି ଶ୍ରୀ ପାଢୀଙ୍କ ସହିତ ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ପ୍ରତାପ ଧଳ, ଚତୁର୍ଭୁଜ ନାୟକ, ଜଗବନ୍ଧୁ ଦାସ, କମଳାକାନ୍ତ ସୂତାର, ଉଦୟ ନାରାୟଣ ମଲ୍ଲିକ, ପଙ୍କଜିନୀ ଲେଙ୍କା, ଅଶୋକ କୁମାର ପରିଜା । ସେହିପରି ସମ୍ପାଦକ ଭାବେ ବିଳାସିନୀ ଘୋଷ, ରାମଚନ୍ଦ୍ର ମିଶ୍ର, ମାଳତୀଲତା ସାହୁ, ଶୁକଦେବ ମଲ୍ଲିକ, ତପସ୍ୱିନୀ ମହାପାତ୍ର, ବସୁମିତ୍ରା ସାହୁ, ଗୀତାଞ୍ଜଳି ଆଇଚ, ଜୟସ୍ମିତା ଗୋଚ୍ଛାୟତ । ସାଧାରଣ ସମ୍ପାଦକ ଭାବରେ ମନୋଜ ମଲ୍ଲିକ, ଶଶୀକାନ୍ତ ବିଶ୍ୱାଳ, ଦୁର୍ଗା ପ୍ରସନ୍ନ ଦାସ । କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ ମନୋନୀତ ହୋଇଛନ୍ତି । ସେହପରି ଜିଲ୍ଲାରେ ଥିବା ବିଭିନ୍ନ ମୋର୍ଚ୍ଚାର ସଭାପତି ଭାବେ ଯୁବମୋର୍ଚ୍ଚା ସଭାପତିି ବିକାଶ ଶ୍ରେଷ୍ଠା, ମହିଳାମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, କୃଷକମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଓବିସି ମୋର୍ଚ୍ଚା ସଭାପତି ବୀରେନ୍ଦ୍ର ଜେନା, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ଅଲୀ ସବର, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରମୋଦ ସୂତାର ମନୋନୀତ ହୋଇଛନ୍ତି । ବିଭିନ୍ନ ସେଲର ମୁଖ୍ୟ ଭାବେ ବୁଦ୍ଧିଜୀବୀ ସେଲ ମୁଖ୍ୟ ଅମୂଲ୍ୟ ନାୟକ, ସୂଚନା ଅଧିକାର ସେଲ ମୁଖ୍ୟ ସୁଧାକର ମହାଳିକ, ଲିଗାଲ ସେଲ ମୁଖ୍ୟ ରଞ୍ଜିତ ମହାନ୍ତି, ମିଡ଼ିଆ ସେଲ ମୁଖ୍ୟ ବୈକୁଣ୍ଠ ସାହୁ, ଆଇଟି ସେଲ ମୁଖ୍ୟ ଶଶାଙ୍କ ଶେଖର ମିଶ୍ର ମନୋନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.