Home ଜିଲ୍ଲା ପରିକ୍ରମା ଭାରତୀୟ ଜନତାପାର୍ଟି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

ଭାରତୀୟ ଜନତାପାର୍ଟି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

79

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବିଗୁଲ ବାଜିଲା ପରେ ଏବେ ବିଭିନ୍ନ ଦଳର ନେତା ଓ କର୍ମୀ ମାନେ ଦଳ ବଦଳ ଆରମ୍ଭ କରିଦେଇଥିବାବେଳେ ଗାଁ ଗାଁରେ ବିଭିନ୍ନ ଦଳପକ୍ଷରୁ ମଧ୍ୟ ପ୍ରଚାର ଆରମ୍ଭ କରିଦେଲେଣି । ତେବେ ବିଭିନ୍ନ ଦଳର ଗୋଷ୍ଠି ବିବାଦ ଉଣାଅଧିକେ ଲାଗି ରହିଥିବାବେଳେ ଧାମନଗର ବ୍ଲକର ଭାରତୀୟ ଜନତାପାର୍ଟିର ଗୋଷ୍ଠି ବିବାଦ ଧିରେ ଧିରେ ଉଗ୍ର ରୂପ ନେଉଛି । ଦଳର କେତେକ ଆଗଧାଡ଼ିର ନେତାମାନେ ତଳସ୍ତରର କର୍ମୀ ମାନଙ୍କୁ ଅଣଦେଖା କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଯାହାର ଉଦ୍‌ାହରଣ କୋଠାର ପଂଚାୟତରେ ଦେଖିବାକୁ ମିଳିଛି । ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଂଚାୟତର ସରପଞ୍ଚ ତଥା ଭାରତୀୟ ଜନତାପାର୍ଟିର ସଦସ୍ୟ ଡ଼ାକ୍ତର ନିମାଇ ଚରଣ ନାୟକ ଗତକାଲି ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା ସ୍ଥାନୀୟ ଅଂଚଳରେ ହଟଚମଟ ସୃଟି କରିଛି ।

ସୂଚନା ଥାଉକି ଶ୍ରୀଯୁକ୍ତ ନାୟକ ଭାରତୀୟ ଜନତାପାର୍ଟିର ଜଣେ ପ୍ରାଥମିକ ସଦସ୍ୟ ରହି ଗ୍ରାମପଂଚାୟତ ତଥା ମଣ୍ଡଳ ସ୍ତରରେ ଦୀର୍ଘ ୨୧ବର୍ଷ ହେବ ସାଂଗଠନିକ ଅବିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିଆସୁଥିଲେ । ବର୍ତ୍ତମାନ ଗ୍ରାମପଂଚାୟତ ସ୍ତରରେ କର୍ମୀ ମାନଙ୍କର ମୋ ପ୍ରତି ଅମୂଳକ ଆକ୍ଷେପ, ବିଶୃଙ୍ଖଳିତ ଆଚରଣ, ଗ୍ରାମପଂଚାୟତ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମରେ ସ୍ଥାଣୁତା, ଦୃଢନେତୃତ୍ୱ ଅଭାବ, ସର୍ବୋପରି ଉଚ୍ଚ ନେତୃତ୍ୱଙ୍କ ଅଣଦେଖାକୁ ଦୃଷ୍ଟିରେ ରଖି ଆମ୍ଭେ ଭାରତୀୟ ଜନତାପାର୍ଟିରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା କରିଛି ବୋଲି ଏକ ପ୍ରେସ୍ ବିବୃତିରେ ସରପଂଚ ଡ଼ା. ନିମାଇ ଚରଣ ନାୟକ ପ୍ରକାଶ କରିଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମଣ୍ଡଳ ସଭାପତି ଧୁଷୁରୀଙ୍କୁ ପଠାଇ ଦେଇଛନ୍ତି । ସୂଚନା ଥାଉକି ଡ଼ାକ୍ତର ନାୟକ ଜଣେ ଉଚ୍ଚଶିକ୍ôଷତ, ଶରଳ, ନିଷ୍ଠାପର, ଯୁବକ ହିସାବରେ ସ୍ଥାନୀୟ ଅଂଚଳରେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଗତ ପଂଚାୟତ ନିର୍ବାଚନରେ ଭାରତୀୟ ଜନତାପାର୍ଟିରୁ ସରପଂଚ ଭାବେ ନିର୍ବାଚିତ ହୋଇ ସ୍ଥାନୀୟ ଅଂଚଳରେ ବେଶ ଜନକଲ୍ୟାଣ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ମାତ୍ର ଦଳୀୟ କର୍ମୀଙ୍କ ବିଶୃଙ୍ଖଳା ଯୋଗୁ ସେ ଇସ୍ତଫା ଦେଇଛନ୍ତି । ଆଗାମୀ ଦିନରେ ସ୍ୱାଧିନଭାବରେ ଜନସାଧାରଣଙ୍କର ସେବା କରିବାକୁ ସେ ନିଷ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.