Home Coronavirus Outbreak ଭାରତରେ ମୃତ୍ୟୁ ସଂଖ୍ୟା ୨୫, ବିଶ୍ୱରେ ୩୦ ହଜାର ଟପିଲା; ଜାଣନ୍ତୁ ଆଉ କେଉଁଠି କେତେ...

ଭାରତରେ ମୃତ୍ୟୁ ସଂଖ୍ୟା ୨୫, ବିଶ୍ୱରେ ୩୦ ହଜାର ଟପିଲା; ଜାଣନ୍ତୁ ଆଉ କେଉଁଠି କେତେ ମୁଣ୍ଡ ନେଲାଣି କରୋନା ..

1756

ଭୁବନେଶ୍ୱର: ଭାରତରେ ମୋଟ କରୋନା ଭାଇରସ୍ ମାମଲା ୯୭୯କୁ ବୃଦ୍ଧି ପାଇଛି। ଏଥିରେ ୪୮ ଜଣ ବିଦେଶୀ ନାଗରିକ ଅଛନ୍ତି। ଗୁଜୁରାଟର ଜଣେ ୪୫ ବର୍ଷ ବ୍ୟକ୍ତିଙ୍କ ସମେତ ଜାମ୍ମୁ କାଶ୍ମୀରର ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଦେଶରେ ୮୭ ଜଣ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ୧୮୬, କେରଳରେ ୧୮୨ ଏବଂ କର୍ଣ୍ଣାଟକରେ ୭୬ଟି କରୋନା ଭାଇରସ୍ + ମାମଲା ରିପୋର୍ଟ ହୋଇଛି।

ସେହିପରି ସମଗ୍ର ବିଶ୍ୱ ସ୍ତରରେ ସମୁଦାୟ ନିଶ୍ଚିତ କରୋନା ଭାଇରସ୍ ଆକ୍ରାନ୍ତ ମାମଲା ୬ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୩୦,୦୦୦ରୁ ଅଧିକ ହୋଇଛି। ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। କେବଳ ଇଟାଲୀରେ ୧୦, ୦୦୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଇଟାଲୀ, ସ୍ପେନ୍, ଚୀନ୍, ଇରାନ ଏବଂ ଫ୍ରାନ୍ସ ପରେ ଆମେରିକା ଷଷ୍ଠ ସ୍ଥାନରେ ରହିଛି। ଶନିବାର ଦିନ ସ୍ପେନରେ ୮୦୦ରୁ ଅଧିକ ମୃତ୍ୟୁ ଏବଂ ୮୦୦୦ରୁ ଅଧିକ କରୋନା + ମାମଲା ରିପୋର୍ଟ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ ଦୁଇ ଦିନରେ ଦ୍ୱିଗୁଣିତ ହୋଇ ଶନିବାର ୨,୦୦୦ ଅତିକ୍ରମ କରିଛି। ଦେଶରେ ଶନିବାର ସନ୍ଧ୍ୟାରେ ଶେଷ ହେଉଥିବା ୨୪ ଘଣ୍ଟା ଅବଧିରେ ଇଟାଲୀ ୮୮୯ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଚାଇନାରେ ପାଞ୍ଚଟି ମୃତ୍ୟୁ ଏବଂ ୪୫ଟି ନୂତନ ନିଶ୍ଚିତ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.