Home ଜିଲ୍ଲା ପରିକ୍ରମା ଭାରତରେ ଏକ ଦୀର୍ଘସ୍ଥାୟୀ ଏନର୍ଜିର ଲକ୍ଷ୍ୟ ରଖି ଆଦାନୀ ଓ ଟୋଟାଲ ମଧ୍ୟରେ ଚୁକ୍ତିନାମା, ଆଦାନୀ...

ଭାରତରେ ଏକ ଦୀର୍ଘସ୍ଥାୟୀ ଏନର୍ଜିର ଲକ୍ଷ୍ୟ ରଖି ଆଦାନୀ ଓ ଟୋଟାଲ ମଧ୍ୟରେ ଚୁକ୍ତିନାମା, ଆଦାନୀ ଗ୍ରୀନ୍ ଏନର୍ଜିରେ ୨୦ପ୍ରତିଶତ ଅଂଶଧନ ହାସଲ କରିଛି ଟୋଟାଲ

26

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଆଦାନୀ ପ୍ରମୋଟର ଗ୍ରୁପ୍ ଏବଂ ଫ୍ରାନ୍ସର ଟୋଟାଲ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍‌ରେ ଆଦାନୀ ପ୍ରମୋଟର ଗ୍ରୁପ ଦ୍ୱାରା ରଖାଯାଇଥିବା ଅଂଶଧନର ୨୦ ପ୍ରତିଶତ ଅଧିଗ୍ରହଣ ପାଇଁ ଟୋଟାଲ ଘୋଷଣା କରିଛି । ଆଦାନୀ ଗ୍ରୁପ୍ ଏବଂ ଟୋଟାଲ ମଧ୍ୟରେ ଏହି ଭାଗିଦାରୀ ଭାରତରେ ପରିବର୍ତ୍ତନ ଏବଂ ଗ୍ରୀନ୍ ଏନର୍ଜି ଦିଗରେ କାର୍ଯ୍ୟ କରିବ । ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍‌ରେ ବିନିଯୋଗ ହେଉଛି ଆଦାନୀ ଗ୍ରୁପ୍ ଏବଂ ଟୋଟାଲ ମଧ୍ୟରେ ରଣନୀତିକ ଭାଗୀଦାରିତାର ଆଉ ଏକ ପଦକ୍ଷେପ । ଏହା ଆଦାନୀ ଏବଂ ଟୋଟାଲର ପ୍ରତିବଦ୍ଧତା ସହ ଅନୁରୂପ ଅଟେ, ଯାହା ଭବିଷ୍ୟତର ସ୍ଥାୟୀ ଅର୍ଥନୀତିରେ ଅଗ୍ରଣୀ ଭାଗିଦାର ହେବ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିକାଶ ପାଇଁ ଭାରତକୁ ସାହାଯ୍ୟ କରିବ । ୨୦୧୮ରେ ଆଦାନୀ ଗ୍ୟାସ ଲିମିଟେଡ୍‌, ସିଟି ଗ୍ୟାସ୍ ବଣ୍ଟନ ବ୍ୟବସାୟ, ଏଲଏନଜି ଟର୍ମିନାଲ ବ୍ୟବସାୟ ଏବଂ ଗ୍ୟାସ ମାର୍କେଟିଂ ବ୍ୟବସାୟରେ ବିନିଯୋଗ ସହ ଟୋଟାଲ ଓ ଆଦାନୀ ମଧ୍ୟରେ ଶକ୍ତି ସହଭାଗିତା ଆରମ୍ଭ ହୋଇଥିଲା । ଆଦାନୀ ଗ୍ୟାସ ଲିମିଟେଡ୍‌ରେ ୩୭.୪ପ୍ରତିଶତ ଏବଂ ଧାମରା ଏଲଏନ୍‌ଜି ପ୍ରକଳ୍ପର ୫୦ ପ୍ରତିଶତ ଅଂଶଧନ ହାସଲ କରିଛି ଟୋଟାଲ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ, ଲକ୍ଷ୍ୟ ଓ ନେତୃତ୍ୱରେ ପ୍ରେରିତ ହୋଇ ୨୦୩୦ ସୁଦ୍ଧା ୪୫୦ ଗିଗା ୱାଟ୍ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ସ୍ଥାପନ ପାଇଁ ଭାରତ ଏକ ନୀତି ଲକ୍ଷ୍ୟ ସ୍ଥିର କରିଛି । ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ୍ ଓ ଟୋଟାଲ ସୁଲଭ ମୂଲ୍ୟରେ ଗ୍ରୀନ୍ ଏନର୍ଜି ଉତ୍ସ ବିକାଶ ଏବଂ ପରିବର୍ତନଶୀଳ ଶକ୍ତି ସମାଧାନ ପ୍ରଦାନ କରିବାକୁ ହାତ ମିଳାଇଛନ୍ତି ।

ଏହି ଅବସରରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଟୋଟାଲ ସହିତ ରଣନୀତିକ ଭାଗୀଦାରିତାକୁ ଆହୁରି ଦୃଢ କରି ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ସେମାନଙ୍କୁ ସ୍ୱାଗତ କରୁଛୁ । ଭାରତରେ ଏକ ସ୍ଥାୟୀ ଶକ୍ତି ପରିବର୍ତନକୁ ସକ୍ଷମ କରିବାକୁ ସୁଲଭ ମୂଲ୍ୟରେ ଅକ୍ଷୟ ଶକ୍ତି ବିକାଶର ଏକ ସହଭାଗୀ ଦୃଷ୍ଟିକୋଣ ରହିଛି । ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ସ୍ଥାପନ ପାଇଁ ଭାରତର ଲକ୍ଷ୍ୟକୁ ଆଗକୁ ବଢାଇବା ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ତତ୍ପର ଅଟୁ । ଟୋଟାଲ ଏସ୍‌ଇ ସିଇଓ ପାଟ୍ରିକ୍ ପୌୟାନ୍ କହିଛନ୍ତି, ଭାରତରେ ଆଦାନୀ ଗ୍ରୁପ ସହ ଆମର ମିଳିତ ସହଯୋଗରେ ଏହି ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତରେ ଅଙ୍ଗାରକାମ୍ଳ ବୃଦ୍ଧିକୁ କମ୍ କରିବା ଦିଗରେ ଉଭୟ କମ୍ପାନୀଙ୍କର ଲକ୍ଷ୍ୟ ଓ ଦୃଷ୍ଟିକୋଣ ସମାନ । ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍‌ରେ ଆମର ପ୍ରବେଶ ହେଉଛି, ଭାରତରେ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବସାୟରେ ଆମ ରଣନୀତିର ଏକ ମାଇଲଖୁଣ୍ଟ, ଯାହା ଆମର ପ୍ରଥମ ମିଳିତ ଉଦ୍ୟମ ୨.୩ ଗିଗାୱାଟ୍ ନବୀକରଣ ଯୋଗ୍ୟ କ୍ଷମତା ସହିତ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.