Home ଓଡ଼ିଶା ପିସିସି ସଭାପତିଙ୍କ ଆକ୍ରମଣରେ ଜଡ଼ିତ ଦୁର୍ବୁତଙ୍କ ଗିରଫ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

ପିସିସି ସଭାପତିଙ୍କ ଆକ୍ରମଣରେ ଜଡ଼ିତ ଦୁର୍ବୁତଙ୍କ ଗିରଫ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

20

ଭୁବନେଶ୍ୱର ୧୮.୧ (ଓଡ଼ିଆ ପୁଅ) . ଗତକାଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣର ତୀବ୍ର ନିନ୍ଦକରି ଓ ଦୁର୍ବୁତ ମାନଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଡିସିପ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଦିବା ୧୨ ଘଟିକା ସମୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏହି ଆକ୍ରମଣକୁ ଘୋର ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଡିସିପିଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅଶୋକ ଦାସ, ଜାନକୀ ପଟ୍ଟନାୟକ, ୟାସିର ନୱାଜ, ରାଜକିଶୋର ବାରିକ, ଶ୍ରିୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଆଶିଷ ମଲ୍ଲିକ, ଦେବରାଜ ମିଶ୍ର, ଯୋଗୀନାଥ ବାହୁ ବଳେନ୍ଦ୍ର, ଅନିଲ ଦାସ, ମନୋଜ ସାହୁ, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ଅକ୍ଷୟ ଦାସ, ଚଇତାଳି ପଟ୍ଟନାୟକ, ପ୍ରଭାବତି ପଟ୍ଟନାୟକ, ଶଙ୍କୁନା କହଁର, ମୁନି ଥାପ୍ପା, ପ୍ରଭାତ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.