Home ଜିଲ୍ଲା ପରିକ୍ରମା ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ପୂଣ୍ୟତିଥିରେ ଗଭୀର...

ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ପୂଣ୍ୟତିଥିରେ ଗଭୀର ଶ୍ରନ୍ଧାଞ୍ଜଳି ଜଣାଇଲା ରାଜ୍ୟ ବିଜେପି

76

ଓଡିଶାର ବିକାଶ କ୍ଷେତ୍ରରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ: ସମୀର ମହାନ୍ତି
– ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ
– ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ
– ଓଡିଶା ବାସୀଙ୍କ ପ୍ରତି ଅଟଳଜୀଙ୍କ ସେହ୍ନ ଓ ଶ୍ରଦ୍ଧା ସର୍ବଦା ଚିରସ୍ମରଣୀୟ ହୋଇ ରହିବ
– ଅଟଳଜୀଙ୍କ ପୂଣ୍ୟତିଥିରେ ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ
– ଅଟଳଜୀଙ୍କ ଉଦ୍ଦେଶ୍ୟରେଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ
– ଅଟଳଜୀଙ୍କ ଦିଗଦର୍ଶନରେ ବିଜେପି କାର୍ଯ୍ୟ କରୁଛି
– ଅଟଳଜୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ

ଭୁବନେଶ୍ୱର, -୧୭/୦୮ (ଓଡ଼ିଆ ପୁଅ) : ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ନେତୃବୃନ୍ଦ ସ୍ୱର୍ଗତଃ ଅଟଳଜୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ର୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଅଟଳଜୀ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ। ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହ କିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଦୁଣ କରି ୩୨ ଶହ କିମିରେ ପହଂଚାଇଥିଲେ। ଗ୍ରାମ ସଡକ ଯୋଜନା, ଗାଁ ଗାଁରେ ମୋବାଇଲ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ। ଓଡିଶା ବାସୀଙ୍କ ପ୍ରତି ଅଟଳଜୀଙ୍କ ସେହ୍ନ ଓ ଶ୍ରଦ୍ଧା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ସ୍ୱର୍ଗତଃ ଅଟଳଜୀଙ୍କ ପୂଣ୍ୟତିଥିରେ ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୀନ ଦୟାଲ ପାର୍କରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ବୃକ୍ଷ ରୋପଣ କରି ଅଟଳଜୀଙ୍କୁ ମନେ ପକାଇଛନ୍ତି। ଶ୍ରଦ୍ଧାଞ୍ଜଳି ସଭାପରେ ଅଟଳଜୀଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକଙ୍କ ସଂଚାଳନ କରିଥିଲେ।

ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ। ତାଙ୍କ ଦିଗଦର୍ଶନରେ ବିଜେପି କାର୍ଯ୍ୟ କରୁଛି। ଅଟଳଜୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ। ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି ବୋଲି ରାଜ୍ୟ ନେତୃବୃନ୍ଦ କହିବା ସହ ଅଟଳଜୀଙ୍କ ସ୍ମୃତି ଚାରଣ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମକୁ ପାଳନ କରି କରାଯାଇଛି।

ଏହି ଅବସରରେ ବିଧାୟିକା କୁସୁମ ଟେଟେ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଡ- ଯତିନ ମହାନ୍ତି, ବିରଂଚି ନାରାୟଣ ତ୍ରିପାଠୀ, ଠାକୁର ରଂଜିତ ଦାସ, ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ବରିଷ୍ଠ ନେତା ମହେଶ ମହାନ୍ତି, ଶାରଦା ଶତପଥୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନଙ୍କ ସମେତ ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.