Home କୋରାପୁଟ ଭାରତମାଳା ଜମି ସୁରକ୍ଷା ମଂଚର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଭାରତମାଳା ଜମି ସୁରକ୍ଷା ମଂଚର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

28

କୋରାପୁଟ ୧୯-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବୋରିଗୁମ୍ମା , ଦଶମନ୍ତପୁର. ସେମିଲିଗୁଡା ,କୋରାପୁଟ ଓ ପଟ୍ଟାଙ୍ଗୀ ତହସିଲ ଦେଇ ପ୍ରସ୍ତାବିତ ଭାରତମାଳା ପରିଯୋଜାନର ଏକ୍ସପ୍ରେସ ହାଇେଓ ଯାଉଥିବା ବେଳେ ଜମି ହରାଉଥିବା ବ୍ୟକ୍ତିମାନଙ୍କୁ ଏକର ପିଛା୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ଭାରତମାଳା ଜମି ସୁରକ୍ଷା ମଂଚର କର୍ମକର୍ତାମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଜାତୀୟ ରାଜପଥ ପ୍ରାଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।ଭାରତମାଳା ସୁରକ୍ଷା ମଂଚର ବାବୁଲା ବେନିଆ , ଶରତ ଚନ୍ଦ୍ର ବୁରୁଦାଙ୍କ ସହ ଶତାଧିକ କର୍ମକର୍ତା  ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସହରରେ ଶୋଭାଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ଭାରତମାଳା ଏକ୍ସପ୍ରେସ ହାଇେଓ ହେଲେ ବ୍ୟବସାୟୀମାନଙ୍କ ସୁବିଧା ହେବ ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ପ୍ରକାଶ କରିଥିଲେ ।ଗରୀବ ଆଦିବାସୀ ଚାଷୀମାନେ ଜମି ହରାଉଛନ୍ତି ।ଚାଷୀମାନେ ୨ ଥର ଫସଲ ଉତ୍ପାଦନ କରୁଥିଲେ ।ଜମି ଗଲେ  ସେମାନେ  ଜୀବନଜିବିକା ହରାଇବେ ।ଡଙ୍ଗର-୧ ଜମି ନିମନ୍ତେ ୩୦ ହଜାର ଟଙ୍କା ମୁଲ୍ୟାୟନ କରାଯାଇଥିବା ବେଳେ ଡଙ୍ଗର-୨ ନିମନ୍ତେ ୨୭ ହଜରା ଟଙ୍କା ଏବଂ ଡଙ୍ଗର-୩ ନିମନ୍ତେ ୨୨ ହଜାର ଟଙ୍କା  ରଖାଯାଇଥିବା ସେ ସୂଚନା ଦେବା ସହ ଏହା ବହୁତ କମ ହୋଇଥିବା ସେ ପ୍ରକାଶ କରିଛନ୍ତି ।ବିକାଶକୁ ବିରୋଧ କରାଯାଉନାହିଁ କିନ୍ତୁ କ୍ଷତିପୂରଣ ବାବଦରେ ଅର୍ଥ ରାଶି ବୃଦ୍ଧି କରି ଏକର ପିଛା ୩୦ ଲକ୍ଷ ଟଙ୍କା ରଖିବାକୁ ସେ ଦାବି କରିଥିଲେ ।ଯଦି ଦାବି ମୁତାବକ କ୍ଷତିପୁରଣ ଦେଇ ଜମି ଅଧିଗ୍ରହଣ ନ କରାଯାଇ ତେବେ ସୁରକ୍ଷା ମଂଚ  ବାଧ୍ୟହୋଇ ପରିଯୋଜନା ନିମନ୍ତେ ଜମି ଅଧିଗ୍ରହଣରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛନ୍ତି ।
ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଳିଡୋଲିଆମ୍ବ ନିକଟରେ ୮ କୋଟି ଟଙ୍କା ବିନିମୟରେ ମଡେଲ ଡିଗ୍ରୀ କଲେଜ ନିର୍ମାଣ କାର୍ଯ୍ୟ ଚାଲିଛି ।ଉକ୍ତ କଲେଜ ଦେଇ ଭାରତମାଳା ଏକ୍ସପ୍ରେସ ହାଇେଓ ଯାଉଥିବାରୁ ଉକ୍ତ କାର୍ଯ୍ୟ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିବା ବେଳେ ଜୟପୁର ବିଧାୟକ ଶ୍ରୀ ବାହିନିପତି  ଏହାକୁ  ତୀବ୍ର ବିରୋଧ କରିଛନ୍ତି ।ଆଦିବାସୀ ପିଲମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ କେନ୍ଦ୍ର ସରକାର ମଡେଲ ଡିଗ୍ରୀ କଲେଜ କୋରାପୁଟ ଜିଲ୍ଲାକୁ ପ୍ରଦାନ କରିଥିଲେ ଓ ଯାହାର ୯୦ ପ୍ରତିଶତ କାମ ସରିଗଲାଣି ବୋଲି ସେ ସୂଚନା ଦେଇଛନ୍ତି । ଡିଗ୍ରୀ କଲେଜ ନିର୍ମାଣ କାର୍ଯ୍ୟ ନ ବନ୍ଦ କରି ସେଠାରୁ ଅନ୍ୟ ରାସ୍ତାଦେଇ ଭାରତମାଳା ଏକ୍ସପ୍ରେସ ହାଇେଓ ନେବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.