Home ଓଡ଼ିଶା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ପ୍ରସୂତୀ ଭବନ ଉଦଘାଟିତ

ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ପ୍ରସୂତୀ ଭବନ ଉଦଘାଟିତ

31

ନୟାଗଡ/୧୯/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ପ୍ରସୂତୀ ଭବନ ଉଦଘାଟିତ ହୋଇଯାଇଅଛି । ଓଡିଶାର ପ୍ରଥମ ନାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ରାଣୀ ବସନ୍ତ ମଞ୍ଜରୀ ୧୧୭ ଏକର ପରିମିତ ଯାଗାରେ ଚାନ୍ଦପୁର ଠାରେ ଏକ ଯକ୍ଷ୍ମା ନିବାସ ନିର୍ମାଣ କରିଥିଲେ । ଯାହାର କି ଏସିଆ ମହା ଦେଶରେ ସୁନାମ ରହିଥିଲା । ପରବର୍ତ୍ତୀ କାଳରେ ଏହା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ନାମରେ ନାମିତ ହୋଇଥିଲା ।୨୦୧୪ ମସିହା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ କୁ ସୁପର୍ ସ୍ପେସାଲ ହସ୍ପିଟାଲ ଭାବରେ ଘୋଷଣା କରିଥିଲେ । ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଥିଲେ ମଧ୍ୟ ପ୍ରସୂତି ଭବନ ନ ଥିବାରୁ ଏଠାରେ ପ୍ରସୂତି କରାଯାଇ ପାରୁନଥିଲା ।


ଯାହାଫଳରେ ଲୋକମାନେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିଲେ । ପ୍ରସୂତି ଭବନ ଉଦଘାଟନ ପରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରୁ ଡପେୁଟେସନ୍ ରେ ଯାଇଥିବା ଡାକ୍ତର ଙ୍କୁ ଫେରାଇ ଆଣିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । ଯାହାଫଳରେ ଲୋକମାନଙ୍କର ଅସୁବିଧା ଦୂର ହୋଇପାରିବ । ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ କୁ ଏକ ମେଡିକାଲ କଲେଜ କରିବା ପାଇଁ ଓ ଏକ ଟ୍ରମା କେୟାର କେନ୍ଦ୍ର ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସରକାରଙ୍କ ଠାରେ ଦାବୀ ରଖିଥିବା କଥା କହିଥିଲେ । ଏ ପ୍ରସୂତି ଭବନ ଉଦଘାଟନରେ  ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ର ଅଧିକ୍ଷକ ବି. ସୂର୍ଯ୍ୟ ରାଓ , ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା , ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରାଣୀ ସ୍ୱାଗତିକା ରଥ , ଡାକ୍ତର ପ୍ରଭାତ କୁମାର ସାହୁ ଉପସ୍ଥିତ ଥିଲେ । ମନୋଜ ଦାସ ଓ ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ  ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.