Home କେନ୍ଦୁଝର ଭାଗବତ ଟୁଙ୍ଗିର ଗୃହ ନିର୍ମାଣ ଲାଗି ଭୂମୀପୂଜା

ଭାଗବତ ଟୁଙ୍ଗିର ଗୃହ ନିର୍ମାଣ ଲାଗି ଭୂମୀପୂଜା

81

ହାଟଡ଼ିହି, ୨୩ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାଠିଆସରା ଗ୍ରାମରେ ଥିବା ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ଗୃହ ନିର୍ମାଣ ନିମନ୍ତେ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ହାତପାଣ୍ଠିରୁ ୩ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଭାଗବତ ଟୁଙ୍ଗି ଘର ପାଇଁ ପୁର୍ବତନ ପ୍ରଧାନ ଶିକ୍ଷକ ଗୋଲେଖ ବିହାରୀ ସାମଲ ଓ ତାଙ୍କ ଧର୍ମପତ୍ନୀ ପାର୍ବତୀ ସାମଲ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ଆନନ୍ଦ ଚନ୍ଦ୍ର ଦେବତାଙ୍କ ବେଦମନ୍ତ୍ରରେ ଏହି ପୂଜାକାର୍ଯ୍ୟ ସାମାପନ ହୋଇଥିଲା। ଏହି ଅବସରରେ ଭାଗବତ, ଗୀତାପାଠ ଓ ସତସଙ୍ଗ ଆଦି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାର୍କଣ୍ଡ ନାୟକ, ନିତ୍ୟାନନ୍ଦ ନାୟକ, ରବିନ୍ଦ୍ର ସ୍ୱାଇଁ, ଅଜୟ ବେହେରା, ଆନନ୍ଦ ନାୟକ, ଲକ୍ଷ୍ମୀଧର ବେହେରା, ନରହରି ବେହେରା, ଦୟାନିଧି ସାମଲ, ରତ୍ନାକର ସ୍ୱାଇଁ, ନରୋତ୍ତମ ସ୍ୱାଇଁ, ପ୍ରଶାନ୍ତ ବେହେରା, ବିଦ୍ୟାଧର ସାମଲ, ଜଗବନ୍ଧୁ ସାମଲ, ଜୀବନାନନ୍ଦ ସାମଲ, ସନ୍ୟାସୀ ସ୍ୱାଇଁ, ସତ୍ୟବ୍ରତ ସାମଲ, ଭରତ ଭୂଷଣ ସାମଲ, ରତ୍ନାକର ଦାସ, ଦିଲ୍ଲିପ ବେହେରା, କୁନ୍ତଳା ନାୟକ, ଶୁକମଣି ନାୟକ, ଶଶୀରେଖା ବେହେରା, ବିଦ୍ୟୁତପ୍ରଭା ଦେଓ, କୁମୁଦୁନୀ ସାମଲ, ମମତା ଜେନା, ପ୍ରୀତୀ ବେହେରା, ସୁବାସିନୀ ବେହେରା, ବାସନ୍ତୀ ନାୟକ, ସୁବାସିନୀ ସାମଲ, ଗୀତାଞ୍ଜଳୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.