Home କେନ୍ଦୁଝର ନିର୍ବାଚନ ରଣାଙ୍ଗନରେ ଶାଶୁବୋହୁ ଓ ସ୍ୱାମୀ ସ୍ତ୍ରୀ

ନିର୍ବାଚନ ରଣାଙ୍ଗନରେ ଶାଶୁବୋହୁ ଓ ସ୍ୱାମୀ ସ୍ତ୍ରୀ

98

ହାଟଡ଼ିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବର୍ାଚନରେ ହାଟଡିହି ବ୍ଲକର ୩୧ଟି ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା ହେଉଛି। ଏହି ନିର୍ବାଚନରେ ମୋଟ ୧୪୫ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। କିନ୍ତୁ ତାହାରି ଭିତରେ ସ୍ୱାମୀ ଓ ସ୍ତ୍ରୀ ସରପଞ୍ଚ ପାଇଁ ପ୍ରାର୍ଥୀ ହେବା ଓଆଉ ଏକ ପଞ୍ଚାୟତରେ ଶାଶୁ ବୋହୁ ପ୍ରାର୍ଥୀ ହେବା ଘଟଣା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଇଞ୍ଚୋଳ ପଞ୍ଚାୟତରେ ମନ୍ଦାକିନୀ ରାଉତ ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ରାଉତ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଶାସଙ୍ଗ ପଞ୍ଚାୟତରେ ବାସନ୍ତୀ ବିଶ୍ୱାଳ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବୋହୁ ମଧୁମିତା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଏହି ପଞ୍ଚାୟତରୁ ନଳିନୀ ବିଶ୍ୱାଳ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବୋହୁ ପୂଜା ସାହୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.