Home କେନ୍ଦ୍ରାପଡ଼ା ଭରତପୁର ପଂଚାୟତରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ଶରୀରଦାନ ପାଇଁ ସତ୍ୟପାଠ କଲେ ୩ଜଣ

ଭରତପୁର ପଂଚାୟତରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ଶରୀରଦାନ ପାଇଁ ସତ୍ୟପାଠ କଲେ ୩ଜଣ

86

କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ କରୋନା ଯୋଦ୍ଧା ଅଙ୍ଗନୱାଡିକର୍ମୀ, ଆଶାଦିଦି, ଶିକ୍ଷକ, ସମାଜସେବୀ, ମହିଳା ମହାମଣ୍ଡଳର ସଭାନେତ୍ରୀ ଓ ସମ୍ପାଦିକା ଏବଂ ୱାର୍ଡସଭ୍ୟସଭ୍ୟାମାନଙ୍କୁ ପଂଚାୟତ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ପଂଚାୟତର ଗୋପାଳ ଚରଣ ଦାସ, ଅମିତା ଦାସ ଓ ନିରୁପମା ମହାନ୍ତି ପ୍ରଭୃତି ୩ଜଣ ସ୍ୱେଛାକୃତ ଭାବେ ନିଜ ନିଜର ଶରୀରଦାନ ପାଇଁ ସତ୍ୟପାଠ କରିଥିଲେ। ସେମାନଙ୍କର ଏଭଳି ଜନମଙ୍ଗଳ କାର୍ଯ୍ୟ ନିମନ୍ତେ ପଂଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରଶୀକ୍ଷାର୍ଥି ସହକାରୀ ଜିଲ୍ଲାପାଳ ଭାବେ କେନ୍ଦ୍ରାପଡାରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ଅଧିକାରୀ ଅକ୍ଷୟ ଅଗ୍ରୱାଲ ସେମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.