Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ଉଦଘାଟିତ

କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ଉଦଘାଟିତ

53

କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଶ୍ୟାମସୁନ୍ଦରପୁର ଗଡା ନିକଟରେ ଅବସ୍ଥିତ କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ନାମରେ ଏକ ଉଦ୍ୟାନ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ପାର୍କକୁ ଉଦଘାଟନ କରିବା ସହିତ ପାର୍କ ମଧ୍ୟରେ ବୃକ୍ଷରୋପଣ କରିଥିଲେ। ଫଳଗଛ, ଫୁଲଗଛ ଓ ଔଷଧିୟ ବୃକ୍ଷରେ ପରିପୂର୍ଣ୍ଣ ହୋଇଥିବା ଏହି ପାର୍କଟିରେ ଏକ ସୁସଜ୍ଜିତ ପାଣିକୁଣ୍ଡରେ ବିଭିନ୍ନ ପ୍ରଜାତିର ମାଛ ଜାଆଁରା ଖେଳୁଥିବା ବେଳେ ପାର୍କ ଚର୍ତୁପାଶ୍ୱର୍ରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଏହି ସଟଡାଉନ ପାର୍କଟିକୁ ଅତ୍ୟନ୍ତ ମନୋଲଭା କରିଦେଇଛି। ପାର୍କର ପାଚେରୀ ଗୁଡିକୁ ଟେରାକୋଟା ଚିତ୍ରରେ ରଙ୍ଗାୟିତ କରାଯାଇଥିବାରୁ ତାହା ପରିବେଶକୁ ଆହୁରୀ ସୁନ୍ଦର କରିଦେଇଥିବା ଦେଖିବାକୁ ମିଳିଥିଲା। ଖୁବ କମ ଦିନ ମଧ୍ୟରେ ଥାନାର ପରିବେଶକୁ ଏକ ନୂତନ ରୂପ ଦେବାକୁ ଯାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସ୍ଥାନୀୟ ଶ୍ୟାମସୁନ୍ଦର ଓ ଭରତପୁର ପଂଚାୟତ ଓ ଲୋକମାନଙ୍କ ସହଯୋଗରେ ଏହି ସଟଡାଉନ ପାର୍କଟି ନିର୍ମାଣ କରିଛନ୍ତି। ପାର୍କଟି ଉଦଘାଟନ ହେବାପରେ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଏଭଳି କାର୍ଯ୍ୟ ପାଇଁ ଥାନା ଅଧିକାରୀଙ୍କୁ ପ୍ରସଂଶାର ସୁଅ ଛୁଟିଥିବା ଶୁଣିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଆଇ-ୟୁ-ସି-ଏ-ଡବ୍ଲୁ-ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ସଦର ଥାନାର ସମସ୍ତ ସବଇନିସପେକ୍ଟର, ସହକାରୀ ସବଇନିସପେକ୍ଟର ଓ କର୍ମଚାରୀ, ଭରତପୁର ପଂଚାୟତ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ଶ୍ୟାମସୁନ୍ଦରପୁର ପଂଚାୟତ ସରପଂଚ ପୁଷ୍ପଲତା ସେନାପତି, ବିଦ୍ୟୁତରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.