Home ଜିଲ୍ଲା ପରିକ୍ରମା ଭଦ୍ରକ : ହେଲାସାହିରେ ନକଲି ଜର୍ଦ୍ଦା ଜବତ, ଜର୍ଦ୍ଦା ମାଫିଆଙ୍କ ଦ୍ୱାରା ଆକ୍ରମଣର ଶୀକାର ହେଲେ...

ଭଦ୍ରକ : ହେଲାସାହିରେ ନକଲି ଜର୍ଦ୍ଦା ଜବତ, ଜର୍ଦ୍ଦା ମାଫିଆଙ୍କ ଦ୍ୱାରା ଆକ୍ରମଣର ଶୀକାର ହେଲେ ଗଣମାଧ୍ୟମ ପ୍ରତିନିଧି

40

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ହେଲାସାହିଠାରେ ଭଦ୍ରକ ଟାଉନ୍ ଓ ପୁରୁଣାବଜାର ପୁଲିସ୍ ପକ୍ଷରୁ ମିଳିତ ଚଢାଉ କରାଯାଇ ନକଲି ଜର୍ଦ୍ଦା ଜବତ କରାଯାଉଥିବାବେଳେ ସେଠାରେ ଫଟୋ ଉତ୍ତୋଳନ କରୁଥିବା ୩ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜର୍ଦ୍ଦା ମାଫିଆ ଓ ତାଙ୍କ ସହଯୋଗୀମାନେ ମଧ୍ୟ ଆକ୍ରମଣ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ଟାଉନ୍ ଓ ପୁରୁଣାବଜାର ପୁଲିସ୍ ଖବର ପାଇ ମିଳିତ ଭାବେ ହେଲାସାହି ଠାରେ ଚଢାଉ କରି ନକଲି ଜର୍ଦ୍ଦା ଜବତ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଜର୍ଦ୍ଦା ମାଫିଆ ଓ ତାଙ୍କ ସହଯୋଗୀ ପୁଲିସ୍‌କୁ ଧସ୍ତାଧସ୍ତି କରିଥିଲେ । ଏହି ଖବର ପାଇ ୩ଜଣ ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରୁଥିବା ସମୟରେ ହଠାତ୍ ଜର୍ଦ୍ଦା ମାଫିଆ ଓ ତାଙ୍କ ସହଯୋଗୀ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡାଇନେବା ସହ ମାଡ ମାରିଥିଲେ । ଆକ୍ରମଣର ଶୀକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ହେଲେ ସେକ୍ ସୁରଜ ଖାନ୍ ଓ ସେକ୍ ଅବଦୁଲ ଫିତର । ପ୍ରାଣ ବିକଳରେ ସେମାନେ ଦୌଡି ପଳାଇଯାଉଥିବାବେଳେ ପୁଲିସ୍ ଉପସ୍ଥିତିରେ ଜର୍ଦ୍ଦା ମାଫିଆ ଓ ତାଙ୍କ ସହଯୋଗୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ସେହି ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ମୁତୟନ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.