Home ଜିଲ୍ଲା ପରିକ୍ରମା ଭଦ୍ରକ ସୋସିଆଲ୍ ସର୍ଭିସ୍ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ ସୋସିଆଲ୍ ସର୍ଭିସ୍ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

19

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୭ ମସିହାରୁ ପ୍ରତିଷ୍ଠା ହୋଇଥିବା ସାମାଜିକ ସଂଗଠନ ଭଦ୍ରକ ସୋସିଆଲ୍ ସର୍ଭିସ୍ (ବି.ଏସ୍‌.ଏସ୍‌.) ତାର ପ୍ରତିବର୍ଷ ଭଳି ଚଳିତ ବର୍ଷ ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ରାଜ୍ୟ ସ୍ତରୀୟ ସାମାଜିକ ଆଲୋଚନା ଚକ୍ର ଓ ସେବା ସମ୍ମାନ ସମାରୋହ ସଭାରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ପ୍ରଦୀପ ପ୍ରଜ୍ଜଳନ କରି ସଭାରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଗୁରୁକଲ୍ୟାଣ ମହାପାତ୍ର ସମେତ ପ୍ରଶାସନ ଅଧିକାରୀ ଡେପୁଟି କଲେକ୍ଟର ଅନୁପ୍ ବେହେରା, ସମ୍ମାନୀତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା, ମୁଖ୍ୟବକ୍ତା ପଣ୍ଡିତ ସଂଗାମ ଆଚାର୍ଯ୍ୟ, ସଂଗଠନର ସଭାପତି ସଂଜୀତ୍ କୁମାର ନାୟକ, ସମ୍ପାଦକ ପ୍ରକାଶ ସ୍ୱାଇଁ, ଉପଦେଷ୍ଟା ଦିଲ୍ଲୀପ୍ ନାୟକ ମଞ୍ଚାସୀନ ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ମୀନା ସଗଠନର ପ୍ରସଂଶା କରିବା ସହ ସାମାଜିକ ସଂଗଠନ ମାନଙ୍କୁ ସକରାତ୍ମକ ବାର୍ତ୍ତା ଦେଇଥିଲେ। ଏହି ରାଜ୍ୟ ସ୍ଥରୀୟ ସାମାଜିକ ଆଲୋଚନା ଚକ୍ର ସଭାରେ ଜିଲ୍ଲା ତଥା ରାଜ୍ୟରୁ ବହୁ ଅଗ୍ରଣୀ ସାମାଜିକ ସଂଗଠନ ସହ ବହୁ ବ୍ୟକ୍ତି ବିଶେଷ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ସଂଯୋଜକ ହିମାଂଶୁ ପାଣି, ଦେବ କଲ୍ୟାଣ ସାହୁ, ପ୍ରମୋଦ ଦାସ, ସୁଜିତ୍ ପତି, ଜ୍ୟୋତି ପ୍ରକାଶ ଦାସ, ତରୁଣ ରାୟ, ଯୋଗୀ ସଜୀବ୍‌, ସତ୍ୟ ସିଦ୍ଧାର୍ଥ ଧୁପାଳ, ଲକି ନାୟକ ଉପସ୍ଥିତ ରହି ସଭାକାର୍ଯ୍ୟ ସମାପନ କରିବା ସହ ମାର୍ଗ ଦର୍ଶକ କମଳାକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.