Home ଜିଲ୍ଲା ପରିକ୍ରମା ଜନ୍ମମାଟିରେ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ଜନ୍ମମାଟିରେ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

21

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟର ବରିଷ୍ଠ ଆଇନଜୀବୀ ରାଧାକାନ୍ତ ନାୟକଙ୍କର ରବିବାର ପରଲୋକ ହୋଇ ଯାଇଛି। ତାଙ୍କ ମର ଶରୀରକୁ ସୋମବାର ଭଦ୍ରକ କୋର୍ଟ ପରିସରକୁ ଅଣା ଯାଇ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା। ପରେ ତାଙ୍କ ଜନ୍ମମାଟି ତିହିଡ଼ି ବ୍ଲକ ଅଧୀନ ବିଲଣା ଗ୍ରାମକୁ ଶୋଭାଯାତ୍ରାରେ ଅଣାଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ସ୍ୱର୍ଗତ ନାୟକଙ୍କ ବଡ଼ପୁଅ ଦେବାଶିଷ ନାୟକ, ମୁଖାଗ୍ନି ଦେଇଥିଲେ। ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ତ୍ର‌୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ବିଜେଡି ଯୁବନେତା ପ୍ରୟାଶକାନ୍ତୀ ସାମଲ, ସରପଞ୍ଚ ପ୍ରତିନିଧି ବିଶ୍ୱରଂଜନ ନାୟକ, ସମିତିସଭ୍ୟ ଭାଗିରଥି ମଳିକ, ଶରତ ମଳିକ, ଗୋବର୍ଦ୍ଧନ ବିଶ୍ୱାଳ, ଶିଶିର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ଯାମିନୀକାନ୍ତ ନାୟକ, ଜ୍ୟୋତିକାନ୍ତ ନାୟକ, ଅବନିକାନ୍ତ ନାୟକ, ଦୁଃଖିକାନ୍ତ ନାୟକ, ସୁରେଶ ନାୟକ, ନିମାଇଁ ଚରଣ ନାୟକ, ତପନ ନାୟକ, ରବିନ୍ଦ୍ର ସାହୁ, କାଶିନାଥ ସାମଲ, ଆଇନଜୀବୀ ଗଦାଧର ବଳ, ସନାତନ ଦୀକ୍ଷିତ, ଚନ୍ଦ୍ରଶେଖର ସାହୁ, ପବନ କୁମାର ଶର୍ମା ପ୍ରମୁଖ ବହୁ ଆଇନଜୀବୀ, ବିଶିଷ୍ଟବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.