Home ଜିଲ୍ଲା ପରିକ୍ରମା ଭଦ୍ରକ: ସଂଜୀବ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ଦାବି , ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ...

ଭଦ୍ରକ: ସଂଜୀବ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ଦାବି , ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ମୃତକଙ୍କ ମା’, ପରିବାର ଓ ଗ୍ରାମବାସୀ

33

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ସଂଜୀବ ବେହେରା ହତ୍ୟାକାଣ୍ଡର ଫେରାର ଥିବା ଅଭିଯୁକ୍ତମାନଙ୍କୁ ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ଆଜି ବିଜେପି ଜିଲା ଉପସଭାପତି ଅଶୋକ ପରିଜା, ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ନରହରି ବିଶ୍ୱାଳ, ଆଲୋକ ମହାନାୟକ, ସୁଧାକର ମହାଳିକ ପ୍ରମୁଖଙ୍କ ନେତୃତ୍ୱରେ ଗୁରୁତର ଭାବେ ଆହତ ହୋଇଥିବା ମୃତକାଙ୍କ ମା’ ରେଖାଲତା ବେହେରା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏବଂ ରେଖାଲତା ଆରକ୍ଷୀ ଅଧିକ୍ଷକଙ୍କୁ ପୁଲିସ୍‌ର ନିଷ୍କ୍ରିୟତା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ର ମୂଳେ ଗତ ମାର୍ଚ୍ଚ ୧୭ ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ମୁକୁନ୍ଦପୁର ଗ୍ରାମନିବାସୀ ସ୍ୱର୍ଗତଃ ବିନୋଦ ଚନ୍ଦ୍ର ବେହେରାଙ୍କ ପୁତ୍ର ସଂଜୀବକୁ ପୂର୍ବ ଜମିବାଡି ବିବାଦକୁ ନେଇ ଉକ୍ତ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ହତ୍ୟା କରିଥିଲେ । ଏହି ହତ୍ୟା ସମୟରେ ସଂଜୀବଙ୍କ ମା’ ରେଖାଲତା ପୁତ୍ରକୁ ବଂଚାଇବାକୁ ଚେଷ୍ଟା କରି ଅଭିଯୁକ୍ତମାନଙ୍କ ଦ୍ୱାରା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ହତ୍ୟାକାଣ୍ଡ ଘଟିବାର ପ୍ରାୟ ଏକମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତ ୧୩ ଜଣଙ୍କ ମଧ୍ୟରୁ ମାତ୍ର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଫେରାର ଅଭିଯୁକ୍ତମାନେ ଲୁଚିଛପି ଗ୍ରାମକୁ ଆସି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପୁନର୍ବାର ଗଣ୍ଡଗୋଳ କରିବାର ଯୋଜନା କରୁଛନ୍ତି । ଏପରିକି ସଂଜୀବଙ୍କ ପରିବାରକୁ ଭୟଭୀତ କରାଉଛନ୍ତି । ଏଣୁ ପୁଲିସ୍‌ର ଏଭଳି ନିଷ୍କ୍ରିୟତା ବିରୁଦ୍ଧରେ ଏବଂ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଦାବୀରେ ରେଖାଲତା ନିଜର ପରିବାର ଓ ଗ୍ରାମବାସୀଙ୍କ ସହ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କ ଠାରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.