Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟର ବିଜ୍ଞାନକକ୍ଷ ଓ ବ୍ଲକ୍ କଲୋନୀରେ ସ୍ମାର୍ଟ ଲାଇବ୍ରେରୀର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଚରମ୍ପା ମହାବିଦ୍ୟାଳୟର ବିଜ୍ଞାନକକ୍ଷ ଓ ବ୍ଲକ୍ କଲୋନୀରେ ସ୍ମାର୍ଟ ଲାଇବ୍ରେରୀର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

20

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳର ବ୍ଲକ୍ କଲୋନୀ ଠାରେ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସ୍ମାର୍ଟ ଲାଇବ୍ରେରୀ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଅନୁରୂପ ଚରମ୍ପା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କମ୍ ବିଜ୍ଞାନ କକ୍ଷ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କୋଭିଡ୍ କଟକଣା ମଧ୍ୟରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ୨ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଏହି ବିଜ୍ଞାନ କକ୍ଷର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ସହ ଭୂମିପୂଜା କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତଥା ପରିଚାଳନା ସମିତି ସଭାପତି ଇନ୍ଦ୍ରମଣି ନାୟକ ଓ କଲେଜ ଅଧ୍ୟକ୍ଷ ବ୍ରଜକିଶୋର ବଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.