Home ଜିଲ୍ଲା ପରିକ୍ରମା ଭଦ୍ରକ ଷ୍ଟେସନରେ ନୀରବତା କରୁଛି ରାଜୁତି, ୭ମାସ ହେଲା ଦୁର୍ଦ୍ଦିନରେ ଶତାଧିକ ପରିବାର

ଭଦ୍ରକ ଷ୍ଟେସନରେ ନୀରବତା କରୁଛି ରାଜୁତି, ୭ମାସ ହେଲା ଦୁର୍ଦ୍ଦିନରେ ଶତାଧିକ ପରିବାର

135

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୭ମାସ ହେଲା ଭଦ୍ରକ ଷ୍ଟେସନରେ କେବଳ ନୀରବତା ରାଜୁତି କରୁଛି । କରେନା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀବାହୀ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ଉପରେ କଟକଣା ଜାରୀ କରାଯାଇଥିଲା । ଏପର୍ଯ୍ୟନ୍ତ ଉକ୍ତ କଟକଣା କୋହଳ ହୋଇ ନାହିଁ । ଅଳ୍ୱ କେତେକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିବାବେଳେ, ପାସେଞ୍ଜର ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଁ ଭାଁ ମାଲବାହୀ ଓ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ ଭଦ୍ରକ ଷ୍ଟେସନ ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇପଡ଼ିଛି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପ୍ଲାଟଫର୍ମରେ ଲାଇସନ୍ସେପ୍ରାପ୍ତ ବ୍ୟବସାୟୀ ଓ ଷ୍ଟେସନ ଉପରେ ନିର୍ଭର କରି ନିଟବର୍ତ୍ତୀ ÷ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ଜିବୀକା ଉପରେ । ଷ୍ଟେସନ ଉପରେ ନିର୍ଭରଶୀଳ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଛୋଟବଡ଼ ବ୍ୟବସାୟୀ ଗତ ୭ମାସ ଧରି ନିଜର ଜିବୀକା ପାଇଁ ସଂଘର୍ଷ କରି ଚାଲିଛନ୍ତି । ସୂଚନାଥାଉକି ଚଳିତ ବର୍ଷ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ ଘୋଷଣା କରାଗଲା । ତେଣୁ ରେଳ ବିଭାଗ ପକ୍ଷରୁ ରେଳ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରୀ କରାଯାଇଥିଲା । ତେଣୁ କେବଳ ମାଲବାହୀ ଟ୍ରେନକୁ ଛାଡ଼ି ଦେଲେ ଅନ୍ୟ କୌଣସି ଯାତ୍ରୀବାହୀ କିମ୍ବା ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ ରହିଲା ।

ତେବେ ଅନଲକ୍ -୩ ବେଳକୁ ସରକାର ରେଳ ଚଳାଚଳ ଉପରେ ଥିବା କଟକଣାକୁ ସାମାନ୍ୟ କୋହଳ କରି କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଲେ । ସେହି ଅନୁଯାୟୀ ରାଜଧାନୀ ଏକ୍ସପ୍ରେସ, ଜନଶତାଦ୍ଦୀ ଏକ୍ସପ୍ରେସ, ନିଳାଞ୍ଚଳ ଏକ୍ସପେସ, ତିରୁଚିରାପଲ୍ଲୀ ଏକ୍ସପେସ, ହାଓଡ଼ା-ପୁରୀ, ଦୂରନ୍ତ, ଶୀଲିମାର ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ କୌଣସି ପାସେଞ୍ଜର ଟ୍ରେନ ଚଳାଚଳକୁ ଏପର୍ଯ୍ୟନ୍ତ ଅନୁମତି ମିଳି ନାହିଁ । ରେଳ ବିଭାଗର ଏହି କଟକଣାରୁ ବାଦ ପଡ଼ିନି ପ୍ଲାଟଫର୍ମ ପରିସରରେ ଥିବା ବୁକ୍ ଷ୍ଟଲ, କ୍ୟାଣ୍ଟିନ, ଟି ଷ୍ଟଲ ଓ ସାଇକେଲ ଏବଂ ବାଇକ୍ ଷ୍ଟାଣ୍ଡ ପରି ଭେଣ୍ଡର । ଫଳରେ ପ୍ଲାଟଫର୍ମରେ ବିଭାଗୀୟ ଅନୁମତି ବଳରେ ଉପରୋକ୍ତ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ଜୀବନ ଜିବୀକା ଏବେ ଦୁର୍ବିସହ ହୋଇପଡ଼ିଛି । ସେହିପରି ଷ୍ଟେସନ ପରିସର ବାହାରେ ମଧ୍ୟ ଶତାଧିକ ବ୍ୟବସାୟୀ ଉକ୍ତ ଷ୍ଟେସନ ଉପରେ ନିର୍ଭରଶୀଳ । କିନ୍ତୁ ଦ୍ରୁତଗାମୀ ଟ୍ରେନରେ ଯାତ୍ରୀସଂଖ୍ୟା କମ୍ ରହୁଥିବାରୁ ଓ ପାସେଞ୍ଜର ଟ୍ରେନ ଚଳଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଏସମସ୍ତ ବ୍ୟବସାୟର ଗଭୀର ଭାବେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି । କ୍ୟାଣ୍ଟିନ ବନ୍ଦ ରହିଥିବାରରୁ ବିଭାଗୀୟ କର୍ମଚାରୀମାନେ ମଧ୍ୟ ଖାଇବା ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେବେ ରେଳ ଚଳାଚଳ ସ୍ୱାଭାବିକ୍ ହେବ, ତାକୁ ଅନାଇ ବସିଛନ୍ତି ଭଦ୍ରକ ଷ୍ଟେସନ ଉପରେ ନିର୍ଭରଶୀଳ ବ୍ୟବସାୟୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.