Home ଜିଲ୍ଲା ପରିକ୍ରମା ଭଦ୍ରକ ମେଡିକାଲରେ ଅବ୍ୟବସ୍ଥା ଓ କୋଭିଡ୍ ରୋଗୀଙ୍କ ସମସ୍ୟା ନେଇ ଅଭିଯୋଗ, ଜିଲାପାଳ ଓ ଜିଲା...

ଭଦ୍ରକ ମେଡିକାଲରେ ଅବ୍ୟବସ୍ଥା ଓ କୋଭିଡ୍ ରୋଗୀଙ୍କ ସମସ୍ୟା ନେଇ ଅଭିଯୋଗ, ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କ୍ଷେତ୍ରୀୟ ତଦନ୍ତ

12

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଓ କୋଭିଡ୍ ରୋଗୀଙ୍କ ସମସ୍ୟାକୁ ନେଇ ବହୁ ଅଭିଯୋଗ ହେବା ପରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି । ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପୀତାମ୍ବର ସାମଲ, ଏସ୍‌ଡିପିଓ, ଏଡିଏମ୍‌ଓ ଓ ସହରାଞ୍ଚଳ ଥାନାଧିକାରୀ ପ୍ରମୁଖ ପୌର କର୍ମଚାରୀଙ୍କୁ ନେଇ କୋଭିଡ୍ କେନ୍ଦ୍ର ଯାଞ୍ଚ ସହ ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଥିବାବେଳେ ଆଜି ଖୋଦ୍ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଡାକ୍ତରଖାନା ପରିବେଶକୁ ବୁଲି ଦେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ କରୋନା ମହାମାରୀ ସମୟରେ ନର୍କକୁଣ୍ଡରେ ପରିଣତ ହୋଇଛି । ଏଭଳିକି ଆଇସୋଲେସନ ସେଣ୍ଟର ଓ ଡାକ୍ତରଖାନା ୱାର୍ଡ ମଧ୍ୟରେ ଗୋରୁ-ଗାଈ ରାଜ କରୁଥିବାବେଳେ କୁକୁରମାନେ ବେଡ୍‌ରେ ଶୋଇଥିବାର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ମୁଖ୍ୟ ଡାକ୍ତରଖାନାରେ ତିନି ଜଣ ଡାକ୍ତର କରୋନା ପଜେଟିଭ୍ ହୋଇଥିବାବେଳେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ହୋମ୍ ଆଇସୋଲେସନ୍‌ରେ ରହିଥିବାର ସୂଚନା ଖୋଦ୍ ଏଡିଏମ୍ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ମେଡିକାଲ ଯାଇ ସମସ୍ତ ଘଟଣାର କ୍ଷେତ୍ରୀୟ ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.