Home ଜିଲ୍ଲା ପରିକ୍ରମା ଭଦ୍ରକ – ମା’ ଦୁର୍ଗାଙ୍କ ସପ୍ତମୀ ପୂଜୋତ୍ସବ

ଭଦ୍ରକ – ମା’ ଦୁର୍ଗାଙ୍କ ସପ୍ତମୀ ପୂଜୋତ୍ସବ

13

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଛି ମା’ ଦୁର୍ଗାଙ୍କ ପୂଜୋତ୍ସବ ପାଳିତ ହୋଇଛି । ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଭକ୍ତଙ୍କ ଭାବାବେଗ ଓ ଛୋଟଛୋଟ ପିଲାଙ୍କ ସରାଗ ପୁଣି ଦେଖିବାକୁ ମିଳିଛି । ମେଳା ପଡିଆ ଏଥର ଭରପୁର ଥିବାର ଦେଖାଯାଇଛି । ଭଳିକି ଭଳି ଆଲୋକ ମାଳା ଓ ଦର୍ଶନ ପାଇଁ ଲାଗୁଛି ଭକ୍ତଙ୍କ ଲମ୍ବା ଧାଡି । ଭଦ୍ରକ ଜିଲାର ବହୁ ପୁରାତନ ପୂଜାପୀଠ କୁହାଯାଉଥିବା ଜାନୁଗଞ୍ଜ, ବାଉଦପୁର, ବଙ୍କବାସୁଳି, ଗାନ୍ଧିପଡିଆ, ସନ୍ଥିଆ, ସଙ୍ଗତ, ଲାହାପଟି, ତୈଳବୈଶ୍ୟ କମିଟି ମେଢ, ପ୍ରାଚୀନଗର, ବାଇପାସ ଓ ଚରମ୍ପା ଆଦି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା । ସନ୍ଥିଆ ମେଢରେ ମା’ଙ୍କର ଝୁଣା ଆଳତୀ ହୋଇଆସୁଥିବାବେଳେ ଚଳିତବର୍ଷ ଗାନ୍ଧିପଡିଆ ମେଢକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ବେଶ୍ ଯାକଜମକରେ ପୂଜା ପାଳିତ ହେଉଛି । ପୂଜା କମିଟି ଗୁଡିକ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ସବୁ ମେଢ ଆଗରେ ଦେଖାଯାଇଛି ପୁଲିସ୍‌ଙ୍କ କଡା ପ୍ରହରା । ତେବେ ସକାଳୁ ମା’ଙ୍କ ଘଟ ସ୍ଥାପନା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳତାର ସହିତ ସମାପିତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ ହେବା ସହିତ ଡିଏସ୍‌ପି, ଇନ୍ସିପେକ୍ଟର ଓ ଅତିରିକ୍ତ ଏସ୍‌ପି ଦାୟିତ୍ୱରେ ରହିବେ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏଥର ସମସ୍ତ ପୂଜା ମଣ୍ଡପରେ କୌଣସି କଟକଣା ନଥିବାବେଳେ ବେଶ୍ ଧୁମଧାମରେ ମା’ଙ୍କ ପୂଜା ପାଳିତ ହେଉଛି । ଆସନ୍ତାକାଲି ମା’ ଙ୍କ ମହାଷ୍ଟମୀ ପୂଜୋତ୍ସବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.