Home ଜିଲ୍ଲା ପରିକ୍ରମା ଜିଲ୍ଲା ପୁଲିସ ପକ୍ଷରୁ ୬୪ତମ ସହିଦ ଦିବସ ପାଳିତ

ଜିଲ୍ଲା ପୁଲିସ ପକ୍ଷରୁ ୬୪ତମ ସହିଦ ଦିବସ ପାଳିତ

13

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଦିନଟି ଭାରତବର୍ଷର ସମସ୍ତ ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଦିବସ । ଆଜିକୁ ଠିକ୍ ୬୪ ବର୍ଷ ତଳେ ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ୧୦ ଜଣ ସିଆରପିଏପ୍ ଯବାନ ନିଜ ମାତୃଭୂମି ପାଇଁ କାର୍ଯ୍ୟରତ ଥିବା ସମୟରେ ଚୀନ ସୈନିକମାନଙ୍କ ହାତରେ ଲାଦାଖ ସୀମାରେ ପ୍ରାଣବଳି ଦେଇ ସହୀଦ ହୋଇଥିଲେ । ସେହିଦିନ ଠାରୁ ଉକ୍ତ ଦିନଟିକୁ ପ୍ରତିବର୍ଷ ସହୀଦ ଦିବସ ରୂପେ ପାଳନ କରାଯାଉଛି । ଯେଉଁ ପୁଲିସ୍ କର୍ମଚାରୀମାନେ କର୍ତ୍ତବ୍ୟରତ ଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ପ୍ରତି ଆଜି ଗଭୀର ସମ୍ମାନ ପ୍ରଦର୍ଶନ କରାଯାଉଛି । ଦେଶ ଓ ସମାଜ ପାଇଁ ନିଷ୍ଠା, ତ୍ୟାଗ ସ ବଳିଦାନ ଭାରତୀୟ ପୁଲିସ୍ କର୍ମଚାରୀମାନଙ୍କର ଏକ ମହାନ୍ ପରମ୍ପରା ହୋଇ ରହିଆସୁଛି । ଗତବର୍ଷ କାର୍ଯ୍ୟରତ ଥିବା ସମୟରେ ପ୍ରାଣବଳି ଦେଇ ସହିଦ ହୋଇଥିବା କର୍ମଚାରୀମାନଙ୍କର ନାମକୁ ଆଜି ଭଦ୍ରକ ଚରମ୍ପା ସ୍ଥିତ ପୁଲିସ ରିଜର୍ଭ ପଡିଆରେ ୬୪ତମ ପୁଲିସ ସହିଦ ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ପଢି ଶୁଣାଇଥିଲେ । ଏବଂ ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ଓ ବି.ଆର. କେରକେଟା, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଡିଆଇବି ଡିଏସ୍‌ପି କମଳ ଲୋଚନ ଭୂୟାଁ, ପୁରୁଣାବଜାର ଥାନାଧିକାରୀ ନିରୋଜ ସାମଲ, ଜିଲା ମୁଖ୍ୟ କାର୍ଯ୍ୟାଳୟର ଡିଏସ୍‌ପି ପୁଷ୍ପଲତା ବାରିକ ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି ପ୍ୟାରେଡ୍‌କୁ ରିଜର୍ଭ ଇନ୍ସିପେକ୍ଟର ରାକେଶ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉତ୍ସବରେ ବହୁ ସେବାନିବୃତ୍ତ ପୁଲିସ ଅଧିକାରୀ, କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.