Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଶିକ୍ଷାମୂଳକ ଗସ୍ତ

ଭଦ୍ରକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଶିକ୍ଷାମୂଳକ ଗସ୍ତ

16

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଉଭିଦ ବିଜ୍ଞାନ(ସମ୍ମାନ) ଛାତ୍ରୀମାନେ ତା ୧୧, ୧୦, ୨୩ରିଖ ବୁଧବାର ଦିନ ରାଣୀତାଲ ସ୍ଥିତ ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ସଂପ୍ରସାରଣ କେନ୍ଦ୍ର (ଆର.ଆର.ଟି.ଟି.ଏସ୍‌.)କୁ ଏକ ଶିକ୍ଷାମୂଳକ ଗସ୍ତ କରିଥିଲେ । ଆର.ଆର.ଟି.ଟି.ଏସ୍‌.ର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଡଃ, ଉମାଶଙ୍କର ନାୟକଙ୍କ ଅ୍ମକ୍ଷତାରେ କୃଷି ପ୍ରଯୁକ୍ତି ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ସେ ଖାଦ୍ୟ ସୁରକ୍ଷା ଉପରେ ଗଭୀର ଆଲୋପାତ କରିଥିଲେ । ବରିଷ୍ଠ ଉଭିଦ ବିଜ୍ଞାନୀ ଡଃ. ଚିନ୍ମୟ କୁମାର ଦାସ ଧାନର ବିଭିନ୍ନ କିସମ (ବିଶେଷତଃ ସାଳନ୍ଦୀ ଧାନ) ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ କ୍ଷେତ୍ରବିଜ୍ଞାନୀ ଉତ୍କଳିକା ନାୟକ, ପାଣିପାଗ ବିଜ୍ଞାନୀ ମୀରା ମହାନ୍ତି କୃଷି ବିଭାଗର ବିଭିନ୍ନ ପ୍ରଯୁକ୍ତି ଜ୍ଞାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବୈଜ୍ଞାନିକମାନେ କୟବାୟୁ ଉପଯୋଗୀ କୃଷି ପ୍ରଯୁକ୍ତି, ଧାନର ବିଭିନ୍ନ କିସମ, ଜୈବିକ କୃଷି, ମୃରିକା ପରୀକ୍ଷା ପଦ୍ଧତି ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଉପାଦେୟ ଜ୍ଞାନ ପ୍ରଦାନ କରିଥିଲେ । ଛାତ୍ରୀମାନେ ଆଞ୍ଚଳିକ ଗବେଷଣା କେନ୍ଦ୍ରର ପରୀକ୍ଷାଗାର, ମ୍ୟୁଜିଅମ୍‌, ଅବଜରଭେଟୋରୀ, ଆଧୁନିକ ଖତ ପ୍ରସ୍ତୁତ ପ୍ରଣାଳୀ, ଜୀବାମୃତ ପ୍ରସ୍ତୁତି ଆଦି ବୁଲି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ । ପ୍ରତିଷ୍ଠାନର ବୈଜ୍ଞାନିକମାନେ ଛାତ୍ରୀମାନଙ୍କୁ ଜ୍ଞାନକୌଶଳ ପ୍ରଦାନ ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ମହାବିଦ୍ୟାଳୟର ଅ୍ମକ୍ଷା ଶ୍ରୀମତୀ ସୁପ୍ରୀତି କର, ବିଭାଗୀୟ ମୁଖ୍ୟ ଶ୍ରୀମତୀ ଆରତି ଜେନା ଓ ଅ୍ମାପକ ଜଗନ ଟୁଡ଼ୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଆୟୋଜିତ କରାଯାଇଥିଲା । ଉଭିଦ ବିଜ୍ଞାନ ବିଭାଗର ଡେମଷ୍ଟ୍ରେଟର୍ ଶ୍ରୀମତୀ ସଂଘମିତ୍ରା ଦାସ ଓ ପ୍ରତିଭା ପଣ୍ଡା ଏହି ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.