Home ଜିଲ୍ଲା ପରିକ୍ରମା ବିଜେପିରେ ମିଶିଲେ କଂଗ୍ରେସ କର୍ମୀ

ବିଜେପିରେ ମିଶିଲେ କଂଗ୍ରେସ କର୍ମୀ

22

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ମହିଷଗୋଠ ଗ୍ରାମ ପଞ୍ଚାୟତର ନରାଜପୁର ଗ୍ରାମର ଭୀମସେନ ନାଥ,ରତ୍ନାକର ଯେନା ଓ ବସନ୍ତ ଯେନା ଙ୍କ ପରିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ଆଗରପଡ଼ା ମହତାବ ମଣ୍ଡଳର ସାଧାରଣ ସଂପାଦକ ଅମୁଲ୍ୟ ରତ୍ନ ନନ୍ଦଙ୍କ ନେତୃତ୍ତ୍ୱରେ ତିନି ଗୋଟି ପରିବାରକୁ ବିଜେପିର ବରିଷ୍ଠ ନେତା ଡ଼ ସୁଧାଂଶୁ ଶେଖର ନାୟକ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ଆଗାମୀ ଦିନରେ ଦଳକୁ ମଜବୁତ କରିବାକୁ ହେଲେ ତୃଣମଳ ସ୍ତରୀୟ କର୍ମୀ ଙ୍କ ଆବଶ୍ୟକତା ଅଛି ବୋଲି ନିଜ ପ୍ରତିକ୍ର‌୍ୟିାରେ ପ୍ରକାଶ କରିଥିଲେ । ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳ ସ୍ତରୀୟ ନେତା ବଦ୍ରୀ ନାରାୟଣ ଧଳ, ବରିଷ୍ଠ ନେତା ପଞ୍ଚାନନ ରାଉତ ପ୍ରମୁଖ ନୂତନ ଭାବେ ଦଳରେ ଯୋଗ ଦେଇ ଥିବା ତିିନି ଗୋଟି ପରିବାର କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.