Home ଜିଲ୍ଲା ପରିକ୍ରମା ଭଦ୍ରକ : ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ : ମଦ ବୋଝେଇ ବୋଲେରୋ ଜବତ

56

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁରୁଣାବଜାର ଥାନା ପୁଲିସ୍ ରାତ୍ରିକାଳନୀ ପାଟ୍ରୋଲିଂ କରୁଥିବାବେଳେ ଏକ ମଦ ବୋଝେଇ ବୋଲେରୋକୁ ଜବତ କରିଛନ୍ତି । ତେବେ ଅନ୍ଧାରର ସୁଯୋଗରେ ଗାଡିଭିତରେ ଥିବା ବ୍ୟକ୍ତିମମାନେ ଫେରାର ହୋଇଯାଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ପୁରୁଣାବଜାର ଥାନାଧିକାରୀ ଗଣେଶ୍ୱର ପ୍ରଧାନ ପେଟ୍ରୋଲିଂ କରୁଥିବାବେଳେ ମିର୍ଜାପୁର ପେଟ୍ରୋଲ ପମ୍ପ ନିକଟ ଗଳିରୁ ଏକ ଧଳାରଂଗର ବୋଲେରୋ ବାହାରି ପୁଲିସ୍ ଗାଡିକୁ ଦେଖି ଦ୍ରୁତଗତିରେ ପଳାୟନ କରିଥିଲା । ପୁଲିସ୍ ତାହାକୁ ପିଛା କରିବାରୁ ସେ ସରକାର ନଗର ଖାନ୍‌କା ନିକଟରେ ହମ୍ପସ୍ ଥିବାରୁ ସେଠାରେ ଅଟକିଯାଇଥିଲା । ମାତ୍ର ପୁଲିସ୍ ପହଞ୍ôଚବାବେଳକୁ ଗାଡିରେ ଥିବା ବ୍ୟକ୍ତିମାନେ ଅନ୍ଧାରର ସୁଯୋଗରେ ଫେରାର ହୋଇଯାଇଥିଲେ । ପୁଲିସ୍ ଗାଡି ଭିତରୁ ୨ ଶହ ଲିଟର ମଦ ଓ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.