Home ଜିଲ୍ଲା ପରିକ୍ରମା ଭଦ୍ରକ ପ୍ରଗତି ପାଠକ ସଂଘ ପକ୍ଷରୁ ନାଟ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ପ୍ରଗତି ପାଠକ ସଂଘ ପକ୍ଷରୁ ନାଟ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧନା

21

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପ୍ରଗତି ପାଠକ ସଂଘ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପାଠାଗାର ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି କାହ୍ନୁ ଚରଣ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ. ବଳରାମ ମିଶ୍ର ମୁଖ୍ୟଅତିଥି, ଶିକ୍ଷାବିତ୍ ନରେନ୍ଦ୍ର ଦାସ, ପୂର୍ବତନ ଅଧ୍ୟକ୍ଷ ରତ୍ନାକର ଦାସ, ଶିକ୍ଷାବିତ୍ ଭାବଗ୍ରାହୀ ତ୍ରିପାଠୀ, କଳାଶିକ୍ଷକ ଜୟନ୍ତ ନାୟକ, ଅବସରପ୍ରାପ୍ତ ବୀମା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ଦେବ କେଶ୍‌, ଧାରାବାହିକ କଳା ନିର୍ଦ୍ଦେଶକ ବାବୁ ନିରନ୍‌ସ, ଧାରାବାହିକ କଳାକାର ସଂଜୀବ ନାୟକ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ନାଟ୍ୟକାର ଦୂରଦର୍ଶନ ଓ ମଞ୍ଚ ଅଭିନେତା ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କୁ ସଂଘ ପକ୍ଷରୁ ‘ନାଟ୍ୟ ପ୍ରଦୀପ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଘର ସମ୍ପାଦକ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ହରମୋହନ ଜେନାଙ୍କ ଆୟୋଜନ ଓ ପରିଚାଳନାରେ ଅନୁଷ୍ଠିତ ସଭାରେ ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଯୋଗ ଦେଇ ନାଟ୍ୟଶ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.