Home ଜିଲ୍ଲା ପରିକ୍ରମା ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

23

ପୁରୀ- ୨୩.୦୯ (ଓଡ଼ିଆ ପୁଅ) – ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ। ସ୍ବଳ୍ପ ସଞ୍ଚୟ ଉପ ବିଭାଗ ଉପ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଞ୍ଚିତ ଅର୍ଥ ରାଶିକୁ ପଞ୍ଜିକୃତ ସଂସ୍ଥାରେ ଜମା କରିବାକୁ ପରାମର୍ଶ ଦେଇଥିଲେ। ଅଣସ୍ବୀକୃତିପ୍ରାପ୍ତ, ଅଣଅଧିକୃତ ଏବଂ ଅଣପଞ୍ଜିକୃତ ସଂସ୍ଥା, ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ନିକଟରେ ଅର୍ଥ ନିବେଶ ଠାରୁ ଦୂରେଇ ରହିବାକୁ କହିଥିଲେ। ସେହିଭଳି ପୁରୀ ଡାକ ମଣ୍ତଳ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମହାନ୍ତି ପୋଷ୍ଟ ବିଭାଗ ପକ୍ଷରୁ ଜମାରାଶି ଉପରେ ସୁଧ ଏବଂ ବିଭିନ୍ନ ସଞ୍ଚୟ ଯୋଜନା ଉପରେ ଆଲୋକପାତ କରିଥିଲେ। ଅଣପଞ୍ଜିକୃତ ବେସରକାରୀ ସଂସ୍ଥାରେ ଅର୍ଥ ଲଗାଣ ସର୍ବଦା ଅସୁରକ୍ଷିତ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିଭଳି ଆକସ୍ମିକ ଏବଂ ଆକର୍ଷଣ ଅର୍ଥ ପାଇବା ପ୍ରତି ପ୍ରଲୋଭିତ ନହେବା ପାଇଁ ଇଣ୍ତିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପରିଚାଳକ ଶ୍ରୀ ଅବିନାଶ ପାଣି କହିଥିଲେ। ସନ୍ଦିଗ୍ଧ ବ୍ୟକ୍ତି, ଫୋନକଲ, ଇମେଲ ପ୍ରତି ସର୍ବଦା ସତର୍କତା ଅବଲମ୍ବନ କରିବାକୁ ହେବ। ଅର୍ଥଲଗାଣ ପୂର୍ବରୁ ଏହାର ଯାଞ୍ଚ କିମ୍ବା ପରାମର୍ଶ କରାଯିବା ଆବଶ୍ୟକତା ବୋଲି ସେ ଶ୍ରୀ ପାଣି କହିଥିଲେ।

ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ ସଭା ପରିଚାଳନା କରିଥିବା ବେଳେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ଆର୍ଚାଯ୍ୟ, ପୁରୀ ସଦର ଏବିଡିଓ ଶ୍ରୀ ମନୋଜ ବେହେରା, ସିଡିପିଓ ଚନ୍ଦ୍ରପ୍ରଭା ଦେଇ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.